ଶିବସୁନ୍ଦର ଦାସ

ଜନ୍ମ ତାରିଖ (1977-11-05) ୫ ନଭେମ୍ବର ୧୯୭୭
ଭୁମିକା ବ୍ୟାଟସମାନ
ଶିବସୁନ୍ଦର ଦାସ(ଜନ୍ମ- ନଭେମ୍ବର ୫ ତାରିଖ ୧୯୭୭) ଜଣେ ଭାରତୀୟ କ୍ରିକେଟ ଖେଳାଳି। ସେ ଜଣେ ଡାହାଣ‌‌-ହାତି ଖେଳାଳି। ସେ ପ୍ରଥମ-ଶ୍ରେଣୀ କ୍ରିକେଟରେ ଓଡ଼ିଶାପକ୍ଷରୁ ଖେଳନ୍ତି, ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ ବେଙ୍ଗାଳୁରୁଠାରେ ଜାତୀୟ କ୍ରିକେଟ ଶିବିରରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ ଭାରତ ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ। ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ। ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଖେଳି ୨ଥର ଶତକ ହାସଲ କରିବା ସହିତ ମୋଟ ୧,୩୨୬ ରନ୍ କରିଥିଲେ। ସେ ଓଡ଼ିଶା ତରଫରୁ ଭାରତ ପାଇଁ ଖେଳିଥିବା ତୃତୀୟ ଓଡ଼ିଆ ଖେଳାଳି ।
ପୁରସ୍କାର ଓ ସମ୍ମାନ
୧୯୯୫ - ଏକଲବ୍ୟ ପୁରସ୍କାର