ପଦ୍ମିନୀ ରାଉତ
ଜନ୍ମ (1994-01-05) ୫ ଜାନୁଆରୀ ୧୯୯୪
ବଡ଼ମ୍ବା, ଓଡ଼ିଶା
ଉପାଧୀ ମହିଳା ଗ୍ରାଣ୍ଡମାଷ୍ଟର (୨୦୦୭)
ଫିଡେ ମାନ୍ୟତା ୨୪୫୪(ଫିଡେ ବିଶ୍ୱ ମାନ୍ୟତା), ମାର୍ଚ୍ଚ ୨୦୧୫
ପଦ୍ମିନୀ ରାଉତ(ଜନ୍ମ : ୫ ଜାନୁଆରୀ ୧୯୯୪) ଜଣେ ଭାରତୀୟ ଚେସ ଖେଳାଳି । ସେ ଉଭୟ ଇଣ୍ଟରନେସନାଲ ମାଷ୍ଟର ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଥିଲେ । ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ । ୨୦୦୭ ମସିହାରେ ସେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରିଥିଲେ ।
ଚେସ ଖେଳାଳି ଜୀବନ
୨୦୦୫ ମସିହାରେ ପଦ୍ମିନୀ ନାଗପୁରଠାରେ ୧୧ବର୍ଷରୁ କମ ସ୍ପର୍ଦ୍ଧାରେ ଜାତୀୟ ପ୍ରତିଯୋଗୀତା ଜିତିଥିଲେ । ଏହାଥିଲା ତାଙ୍କର ପ୍ରଥମ ଜାତୀୟ ପ୍ରତିଯୋଗୀତା ବିଜୟ । ୨୦୦୬ରେ ସେ ୧୩ବର୍ଷରୁ କମ ଜାତୀୟ ପ୍ରତିଯୋଗୀତା ଓ ୧୨ବର୍ଷରୁ କମ ଏସୀୟ ପ୍ରତିଯୋଗୀତା ଜିତିଥିଲେ । ୨୦୦୮ରେ ସେ ୧୪ବର୍ଷରୁ କମ ସ୍ପର୍ଦ୍ଧାରେ ଉଭୟ ଏସୀୟ ପ୍ରତିଯୋଗୀତା ଓ 'ବିଶ୍ୱ ଯୁବ ଚେସ ପ୍ରତିଯୋଗୀତା' ଜିତିଥିଲେ । ୨୦୦୯ରେ ସେ ୨୦ବର୍ଷରୁ କମ ଏସୀୟ ଜୁନିୟର ମହିଳା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।୨୦୧୦ରେ ସେ ୧୯ବର୍ଷରୁ କମ ଜାତୀୟ ଜୁନିୟର ମହିଳା ପ୍ରତିଯୋଗୀତା ଜିତିଥିଲେ । ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗୀତାରେ ଓ ବିଶ୍ୱ ଜୁନିୟର ପ୍ରତିଯୋଗୀତାରେ କାଂସ୍ୟ ପଦକ ହାସଲ କରିଥିଲେ ।
ପଦ୍ମିନୀ, ଜାତୀୟ ମହିଳା ଚେସ ଚାମ୍ପିୟନସିପ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ବର୍ଷ ଧରି ଜିତିଥିଲେ । ୨୦୧୫ରେ ସେ ରାଷ୍ଟ୍ରମଣ୍ଡଳ ମହିଳା ଚାମ୍ପିୟନସିପି ମଧ୍ୟ ଜିତିଥିଲେ ।. ୨୦୧୮ରେ ସେ ଏସୀୟ ମହିଳା ଚେସ ଚାମ୍ପିୟନସିପ ମଧ୍ୟ ଜିତିଥିଲେ ।
ଭାରତୀୟ ଜାତୀୟ ମହିଳା ଚେସ ଦଳ ତରଫରୁ ସେ "ମହିଳା ଚେସ ଅଲିମ୍ପିୟାଡ଼", "ୱାର୍ଲଡ଼ ଟିମ ଚେସ ଚାମ୍ପିୟନସିପ", "ୱିମେନସ ଏସୀୟା ଟିମ ଚାମ୍ପିୟନସିପ" ମଧ୍ୟ ଖେଳିଥିଲେ ।
ବ୍ୟକ୍ତିଗତ ଜୀବନ
ପଦ୍ମିନୀ ୧୯୯୪ମସିହା ଜାନୁଆରୀ ୫ତାରିଖରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଧ୍ୟାପକ ଅଶୋକ କୁମାର ରାଉତ ଓ ମାତା ସସ୍ମିତା ଧଳ । ସେ ତାଙ୍କ ପିତାଙ୍କ କଥାରେ ଅନୁପ୍ରାଣିତ ହୋଇ ୯ବର୍ଷ ବୟସରୁ ଚେସ ଖେଳିବା ଆରମ୍ଭ କରିଥିଲେ । ସେ 'ଇଣ୍ଡିଆନ ଅଏଲ" କମ୍ପାନୀରେ କାର୍ଯ୍ୟ କରନ୍ତି । ଭାରତ ସରକାର ତାଙ୍କୁ ସ୍ୱଚ୍ଛ ଭାରତ ଆମ୍ବାସଡ଼ର ଭାବରେ ମଧ୍ୟ ମନୋନୀତ କରିଛନ୍ତି ।
କୃତିତ୍ତ୍ୱ
ଏସୀୟ ଯୁବ ଚେସ୍ ପ୍ରତିଯୋଗିତା ବିଜେତା (୨୦୦୫, ୨୦୦୬)
୨୦୦୬: ଜାତୀୟ ୧୩ ବର୍ଷରୁ କମରେ ବିଜେତା
୨୦୦୮: ଜାତୀୟ ୧୪ ବର୍ଷରୁ କମରେ ବିଜେତା ଓ ଏକଲବ୍ୟ ପୁରସ୍କାର ବିଜେତା
୨୦୧୦: ଏସୀୟ ଯୁବ ୨୦ ବର୍ଷରୁ କମରେ ତୃତୀୟ ସ୍ଥାନ
୨୦୧୦: ବିଶ୍ୱ ଜୁନିୟର ପ୍ରତିଯୋଗିତାରେ ତୃତୀୟ ସ୍ଥାନ
୨୦୧୧ରେ ଏସୀୟ ବ୍ୟକ୍ତିଗତ ବାଳିକା ବିଭାଗରେ ତୃତୀୟ ସ୍ଥାନ
0 Comments