ଜବାହରଲାଲ ନେହେରୁ
ବ୍ୟକ୍ତିଗତ ସବିଶେଷ
ଜନ୍ମ ୧୪ ନଭେମ୍ବର ୧୮୮୯
ଆଲାହାବାଦ, United Provinces, ବ୍ରିଟିଶ ରାଜ
ମୃତ୍ୟୁ ୨୭ ମଇ ୧୯୬୪ (ବୟସ ୭୪')
ଦିଲ୍ଲୀ, ଭାରତ
ଜାତୀୟତା ଭାରତୀୟ
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀ କମଳା ନେହରୁ
ସନ୍ତାନ ଇନ୍ଦିରା ଗାନ୍ଧୀ
ଶିକ୍ଷାନୁଷ୍ଠାନ ଟ୍ରିନିଟି କଲେଜ, କେମ୍ବ୍ରିଜ
ପେଷା ବାରିଷ୍ଟର
ଧର୍ମ ନାସ୍ତିକ
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପିଲାଦିନ
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧାନଶଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ୱରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ ଭଉଣୀ ଥିଲେ,ସେ United Nations General Assemblyର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜନେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।
ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି Inns of Court School of Law (Inner Temple)ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ ଅଦାଲତରେ ଓକିଲାତି କରିଥିଲେ ।
ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)
ଅସହଯୋଗ ଆନ୍ଦୋଳନ
ସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟନା ପରେ ଅସହଯୋଗ ଆନ୍ଦୋଳନରା ସମାପ୍ତି ଘଟିଥିଲା ।
0 Comments