ମାଛ ଭଜା




ମୂଳ ସ୍ଥାନ ଭାରତ
ଅଞ୍ଚଳ ବା ରାଜ୍ୟ ଓଡ଼ିଶା କେରଳ
ମୁଖ୍ୟ ଉପାଦାନ ମାଛ,ମସଲା

ମାଛ ଭଜା ଏକ ଆମିଷ ଖାଦ୍ୟ। ଏହାକୁ ପଖାଳ ସ‌ହିତ ଖାଆନ୍ତି।

ସାମଗ୍ରୀ
ମାଛ ୫୦୦ ଗ୍ରାମ୍
ଲଙ୍କା ୪ ଗୋଟି
ଅଦା
ଧନିଆ ପତ୍ର
ବେସନ ୨ ଚାମଚ
ଲଙ୍କାଗୁଣ୍ଡ
୧ଟି ବଡ ପିଆଜ
ଅଦା ରସୁଣ ପେସ୍ଟ୍
ଚାଉଳ ଅଟା
ଜିରା ୧ ଚାମଚ
ହଳଦୀ ୧ ଚାମଚ
ଲେମ୍ବୁ ରସ
ଲୁଣ ସ୍ୱାଦ ଅନୁସାରେ
ତେଲ

ତିଆରି ପ୍ରଣାଳୀ
ପ୍ରଥମେ ମାଛକୁ ଭଲକରି ସଫାକରି ସେଥିରେ ଲୁଣ, ହଳଦୀ ପକାଇ ଭଲକରି ମିଶାଇ ରଖିଦିଅନ୍ତୁ । ଏକ ପାତ୍ରରେ ବେସନ,ଧନିଆ ପତ୍ର,ଚାଉଳ ଅଟା, ଧନିଆ ପତ୍ର, ଲଙ୍କାଗୁଣ୍ଡ,ଲେମ୍ବୁରସ ଏବଂ ଅଦାରସୁଣ ପେସ୍ଟ ପକାଇ ସାରି ମାଛକୁ ଏହା ସ‌ହିତ ଭଲ ଭାବେ ମିଶାଇ ରଖନ୍ତୁ । ଏବେ ଏକ କଢେଇରେ ତେଲ ଗରମ କରି ଲଙ୍କା ପକାନ୍ତୁ, ଏହାପରେ ମାଛକୁ ପକାଇ କିଛି ସମୟ ଭାଜନ୍ତୁ। ସବୁ ମାଛ ଖଣ୍ଡ ଭାଜି ସାରିଲା ପରେ ପାତ୍ରରେ ସଜାଇ ପଖାଳ ସ‌ହିତ ପରଷନ୍ତୁ।