କରଞ୍ଜି
ବାକି ନାମ ଗୁଜିଆ
ପରଷା ଥାଳିରେ ସଜେଇ ପରସା ଯାଏ
ମୂଳ ସ୍ଥାନ ଭାରତ
ଅଞ୍ଚଳ ବା ରାଜ୍ୟ ଦକ୍ଷିଣ ଏସିଆ
ମୁଖ୍ୟ ଉପାଦାନ ସୁଜି, ମଇଦା, ଖୁଆ, ନଡ଼ିଆ
କରଞ୍ଜି (ଅନ୍ୟ ନାମ: ଗୁଜିଆ) ଏକ ପ୍ରକାର ଖାଦ୍ୟ ଅଟେ ଯାହା ମଇଦା ଏବଂ ଖୁଆରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ଛତିଶଗଡ଼ରେ କୁଶଳୀ , ମହାରାଷ୍ଟ୍ରରେ ଏବଂ ଓଡ଼ିଶାରେ କରଞ୍ଜି, ବିହାରରେ ପିଡକୀ, ଆନ୍ଧ୍ର ପ୍ରଦେଶ ରେ କଜ୍ଜିକୟାଳୁ, କୁହାଯାଇଥାଏ । ଉତ୍ତର ଭାରତରେ ହୋଲି ତଥା ଦକ୍ଷିଣ ଭାରତରେ ଦୀପାବଳୀ ଅବସରରେ ଘରେ କରଞ୍ଜି (ଗୁଜିଆ) ବନେଇବାର ପରମ୍ପରା ଥାଏ । କରଞ୍ଜି ମୁଖ୍ୟ ରୂପେ ଦୁଇପ୍ରକାରରେ ତିଆରି ହୋଇଥାଏ । ପ୍ରଥମଟି ଖୁଆଦ୍ୱାରା ଏବଂ ଦ୍ୱିତୀୟଟି ସୁଜିଦ୍ୱାରା ଭରାହୋଇଥିବା କରଞ୍ଜି (ଗୁଜିଆ) । ଖୁଆ, ଅଳେଇଚ ମିଶା କରଞ୍ଜି ଉପରେ ଚିନି ସିରାର ପରସ୍ତ ଦେଇ ତା ଉପରେ ଚାନ୍ଦି ପେପର ଲଗାଇ ଏକ ନୂଆ ରୂପ ଦିଆଯାଇଥାଏ । ଖୁଆ ସହିତ କେବେ କେବେ ଚଣା, ଅନ୍ୟ ଖାଦ୍ୟ ପଦାର୍ଥ ଯେପରି ଖଜୁର, କାଜୁ ଖିସମିଶର କରଞ୍ଜି ମଧ୍ୟ ପ୍ରସ୍ତୁତ ହୋଇଥାଏ ।
0 Comments