ମାଛ ବେସର



ମୂଳ ସ୍ଥାନ ଭାରତ
ଅଞ୍ଚଳ ବା ରାଜ୍ୟ ଓଡ଼ିଶା
ମୁଖ୍ୟ ଉପାଦାନ ମାଛ,ସୋରିଷ,ଆମ୍ବୁଲ
ପ୍ରକାର ଭେଦ ,

ମାଛ ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ।ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ । ମାଛ ବେସର ଝୋଳ ଭଳି ପାଣିଆ ନହୋଇ ବହଳିଆ ହୋଇଥାଏ । ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ । ମାଛ ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ତରକାରୀ ଭାବେ ଖିଆଯାଇଥାଏ ।

ପ୍ରକାର ଭେଦ
ମାଛ ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।