ଲିଲିମା ମିଞ୍ଜ


ବ୍ୟକ୍ତିଗତ ସୂଚନା
ଜନ୍ମ (1994-04-10) ୧୦ ଅପ୍ରେଲ ୧୯୯୪
ଓଡ଼ିଶା, ଭାରତ
ଉଚ୍ଚତା ୧.୫୮ ମିଟର
ଓଜନ ୫୨ କିଲୋଗ୍ରାମ

ଲିଲିମା ମିଞ୍ଜ, ଜଣେ ଓଡ଼ିଆ ମହିଳା ହକି ଖେଳାଳୀ | ସେ ସୁନ୍ଦରଗଡ଼ ଜିଲ୍ଲାର ବିହାବନ୍ଧ-ତାଲାତୋଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଅଞ୍ଜଲୁସ ମିଞ୍ଜ ଓ ମାଆ ସିଲଭିଆ ମିଞ୍ଜ । । ସେ ରାଉରକେଲା ସ୍ଥିତ ସ୍ପୋର୍ଟସ୍ ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ ।

ଅବଦାନ 
ସେ ସମୁଦାୟ ୭୪ଟି ଆନ୍ତର୍ଜାତିକ ପ୍ରତୀଯୋଗିତାରେ ଭାରତ ପାଇଁ ଖେଳିଛନ୍ତି । ସେଥିରେ ସେ ୬ଟି ଗୋଲ କରିଛନ୍ତି । ୨୦୧୧ ମସିହାରେ ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ହେଇଥିବା ପ୍ରତିଯୋଗୀତାରେ ୧୮ ବର୍ଷରୁ କମ ହକି ଏସିଆ କପରେ ସେ ଜାତୀୟ ମହିଳା ହକି ଦଳରେ ଖେଳିଥିଲେ । ଏହି ପ୍ରତିଯୋଗୀତାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ କପରେ ସେ ସିଓଲଠାରେ ଖେଳିଥିଲେ । ଏହା ଛଡ଼ା ସେ ମାଲେସିଆ ସହ ହେଇଥିବା ୬ଟି ପ୍ରତିଯୋଗୀତାର ଏକ ସିରିଜ ଖେଳିଥିଲେ ।ସେ ଅନେକ ଆନ୍ତର୍ଜାତୀୟ ଓ ଭାରତରେ ହେଇଥିବା ହକି ପ୍ରତିଯୋଗିତାରେ ଜାତୀୟ ଦଳର ସଦସ୍ୟା ଭାବରେ ଖେଳିଆସିଛନ୍ତି ।

ପୁରସ୍କାର ଓ ସମ୍ମାନ 

୨୦୧୬ ମସିହାର ରିଓ ଅଲିମ୍ପିକରେ ଲିଲିମାଙ୍କର ଯୋଗଦାନ ପାଇଁ ସମୁଦାୟ ପ୍ରସ୍ତୁତି ଖର୍ଚ୍ଚ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ ।

୨୦୧୪ ମସିହାରେ ଭାରତୀୟ ମହିଳାମାନେ ଏସିୟ କ୍ରୀଡ଼ାରେ ମହିଳା ହକିରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳର ସଦସ୍ୟା ଭାବରେ ଲିଲିମାଙ୍କୁ ରାଜ୍ୟ ସରକାର ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।

୨୦୧୩ ମସିହାର ବିଶ୍ୱ ଜୁନିଅର ମହିଳା ହକି ଦଳର ସଦସ୍ୟା ଭାବରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇଥିବାରୁ ଓଡ଼ିଶାର ମହାନଦୀ କୋଇଲାଖଣି କର୍ତ୍ତୃପକ୍ଷ ତାଙ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।