ରଚିତା ମିସ୍ତ୍ରୀ

ବ୍ୟକ୍ତିଗତ ତଥ୍ୟ
ପୂରା ନାମ ରଚିତା ପଣ୍ଡା ମିସ୍ତ୍ରୀ
ଜାତୀୟତା ଭାରତ
ଜନ୍ମ (1974-03-04) ୪ ମାର୍ଚ୍ଚ ୧୯୭୪
ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା
ଉଚ୍ଚତା ୧.୬୪ m (୫ ft 4 1⁄2 in)
ଓଜନ ୫୫ kg
ରଚିତା ମିସ୍ତ୍ରୀ (ଜନ୍ମ 04 ମାର୍ଚ୍ଚ 1974)[ ହେଉଛନ୍ତି ମୁମ୍ବାଇ, ମହାରାଷ୍ଟ୍ରରୁ ଜଣେ ଭାରତୀୟ ପେଶାଦାର ଦୌଡ଼ାଳୀ। ୧୨ ଅଗଷ୍ଟ ୨୦୦୦ରେ ଥିରୁଭାନନ୍ତପୁରମ୍‌ଠାରେ ଅନୁଷ୍ଠିତ ନ୍ୟାସନାଲ ସର୍କିଟ ଆଥଲେଟିକ ମିଟରେ ସେ ୧୦୦ ମିଟର ଦୌଡ଼କୁ ୧୧.୩୮ ସେକେଣ୍ଡରେ ପୂରା କରି ଜାତୀୟ ରେକର୍ଡ କରିଛନ୍ତି।  ଯାହାକୁ ୨୦୧୩ରେ ମର୍ଲିନ କେ ଜୋସେଫଙ୍କ ପୂର୍ବରୁ ୧୩ ବର୍ଷ ପର୍ଯ୍ୟନ୍ତ କେହି ବଳି ଯାଇ ନ ଥିଲେ। ୫ ଜୁଲାଇ ୨୦୦୧ରେ ବାଙ୍ଗାଲୁରୁଠାରେ ସେ ନିଜର ସର୍ବୋତ୍ତମ କୃତି ୧୦୦ ମିଟରକୁ ୧୧.୨୬ ସେକେଣ୍ଡରେ ଦୌଡ଼ ପୂରା କରି ସେ ପି.ଟି. ଉଷାଙ୍କର ଦୀର୍ଘ ଦିନର ୧୧.୩୯ ସେକେଣ୍ଡର ଜାକର୍ତ୍ତାରେ ଅନୁଷ୍ଠିତ ୧୯୮୫ର ଏସିୟାନ କ୍ରୀଡ଼ା ଚାମ୍ପିୟନସିପ ରେକର୍ଡକୁ ଭଙ୍ଗ କରିଥିଲେ।  ତେବେ କେତେକ ବିବାଦ/ବିତର୍କ ପରେ,  ଭାରତର ଆମାଚ୍ୟୁର ଆଥଲେଟିକ ଫେଡେରେସନ (AAFI) ଏହି ଜାତୀୟ ରେକର୍ଡକୁ ପୁଷ୍ଟି କରି ନ ଥିଲେ। କାରଣ ଥିଲା ଯେ ଏହି କ୍ରୀଡ଼ା ସମୟରେ ତାଙ୍କୁ କିଛି ଶକ୍ତିବର୍ଦ୍ଧକ ଔଷଧି ଦିଆ ଯାଇଥିଲା କି ନା ତା'ର ଡୋପ ପରୀକ୍ଷଣ କରା ଯାଇ ନ ଥିଲା।  ତେବେ AAIF ଏହା ସ୍ପଷ୍ଟ କରିଥିଲେ ଯେ କ୍ରୀଡ଼ାବିତ୍‌ଙ୍କର ଏହି ରେକର୍ଡ ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ରେକର୍ଡ ହିସାବରେ ପରିଗଣିତ ହେବ।
ରଚିତା ପି.ଟି. ଉଷା ଓ ଇ.ବି. ଶିଲାଙ୍କ ସହିତ ୧୯୯୮ର ଏସିୟାନ ଚାମ୍ପିୟନସିପ ଆଥଲେଟିକ୍‌ରେ ଭାରତର ପ୍ରତିନିଧିତ୍ୱ ୪x୧୦୦ ମିଟର ରିଲେ ଦୌଡ଼ରେ କରିଥିଲେ। ଏଠାରେ ୪୪.୪୩ ସେକେଣ୍ଡରେ ଦଉଡ ରେକର୍ଡ କରିବା ସହିତ ତାଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା। ପରେ ୨୦୦୦ ଗ୍ରୀଷ୍ମ ଅଲିମ୍ପିକ ବା ୨୦୦୦ ସିଡନୀ ଅଲିମ୍ପିକ୍‌ରେ ୪x୧୦୦ ମିଟର ରିଲେ ଦୌଡ଼ରେ ଭି ଜୟଲକ୍ଷ୍ମୀ, ବିନୀତା ତ୍ରିପାଠୀ ଏବଂ ସରସ୍ୱତୀ ସାହାଙ୍କୁ ନେଇ ଗଠିତ ତାଙ୍କ ଟିମ୍ ପ୍ରଥମ ରାଉଣ୍ଡକୁ ୪୫.୨୦ ସେକେଣ୍ଡରେ ପୂରା କରିଥିଲେ।
ରଚିତା ମଧ୍ୟ ଜଣେ ପୂର୍ବତନ ୨୦୦ ମିଟର ଦୌଡ ରେକର୍ଡକାରୀ ଅଟନ୍ତି। ସେ ୩୧ ଜୁଲାଇ ୨୦୦୦ରେ ଚେନ୍ନାଇଠାରେ ଅନୁଷ୍ଠିତ ଏକ ଦୌଡକୁ ୨୩.୧୦ ସେକେଣ୍ଡରେ ପୂରା କରିଥିଲେ। ଏହାଦ୍ୱାରା ସେ ପି.ଟି. ଉଷାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଥିଲେ। ରଚିତାଙ୍କର ୨୦୦ ମିଟରର ରେକର୍ଡ ପରେ ଅଗଷ୍ଟ ୨୦୦୨ରେ ସରସ୍ୱତୀ ସାହାଙ୍କଦ୍ୱାରା ପ୍ରତିସ୍ଥାନିତ ହୋଇଥିଲା। ୧୯୯୮ରେ ଭାରତୀୟ କ୍ରୀଡ଼ାକୁ ତାଙ୍କ ଅବଦାନ ପାଇଁ ସେ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ସଫଳତା
1998 ଏସୀୟାନ ଚାମ୍ପିୟନସିପ୍ ଫୁକୁଓକା, ଜାପାନ ପ୍ରଥମ 4 x 100 m NR
2000 ଏସୀୟାନ ଚାମ୍ପିୟନସିପ୍ ଜାକର୍ତ୍ତା, ଇଣ୍ଡୋନେସିଆ 3rd 100 m