ଦୀପସାନ ତିର୍କୀ



ବ୍ୟକ୍ତିଗତ ସୂଚନା
ଜନ୍ମ (1998-10-15) ୧୫ ଅକ୍ଟୋବର ୧୯୯୮
ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା

ଦୀପସାନ ତିର୍କୀ (ଜନ୍ମ: ୧୫ ଅକ୍ଟୋବର ୧୯୯୮) ଜଣେ ଭାରତୀୟ ହକି ଖେଳାଳି । ସେ ଦଳରେ ଡିଫେଣ୍ଡର ଭାବରେ ଖେଳନ୍ତି । ୨୦୧୬ରେ ପୁରୁଷ ଜୁନିୟର ୱାର୍ଲଡ଼ କପ ଜିତିଥିବା ଦଳର ସେ ଉପ-ଅଧିନାୟକ ଥିଲେ ।

ଦୀପସନା ୧୯୯୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ସଉନାମରା ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ସେ ମାଗିଆଣିଥିବା ହକିଷ୍ଟିକରେ ଗାଁଦାଣ୍ଡରେ ଖେଳୁଥିଲେ । ବଡ଼ ଭାଇ ପ୍ରଶାନ୍ତଙ୍କ ପ୍ରେରଣାରେ ସେ ହକି ଖେଳିବା ଆରମ୍ଭ କରିଥିଲେ । ୨୦୦୯ରେ ସେ ରାଉରକେଲା ସ୍ପୋର୍ଟସ ଛାତ୍ରାବାସରେ ଯୋଗ ଦେଇ, ବିଧିବଦ୍ଧ ହକିଖେଳ ଶିକ୍ଷା କରିଥିଲେ ।
୨୦୧୪ରେ ଦୀପସାନ ଭାରତୀୟ ଜୁନିୟର ଦଳ ତରଫରୁ ''ସୁଲତାନ ଅଫ ଜୋହର କପ'' ଖେଳିଥିଲେ । ସେଇବର୍ଷ ସେ ''କଳିଙ୍ଗ ଲାନସର୍ସ ଦଳ ପାଇଁ ବଛାଯାଇ ''ହକି ଇଣ୍ଡିଆ ଲିଗ'' ଖେଳିଥିଲେ । ୨୦୧୬ରେ ସେ ଭରତୀୟ ଜୁନିୟର ଦଳର ଅଧିନାୟକ ଭାବରେ ରୁଷିଆ ଓ ଇଂଲଣ୍ଡ ଗସ୍ତ କରିଥିଲେ |

୨୦୧୬ ଲକ୍ଷ୍ନୌଠାରେ ଅନୁଷ୍ଠିତ ଜୁନିୟର ୱାର୍ଲଡ଼ କପରେ ଅପରାଜିତ ଦଳ ଭାବରେ ଭାରତ ଚାମ୍ପିୟାନ ହୋଇଥିଲା । ଦୀପସାନ ଏହି ଦଳର ଉପ-ଅଧିନାୟକ ଥିଲେ ।

ସମ୍ମାନ ଓ ପୁରସ୍କାର
ଏକଲବ୍ୟ ପୁରସ୍କାର - ୨୦୧୭