ଜ୍ୱର ହେବା ସମୟରେ ଶରୀରରେ ବାୟୁର ପ୍ରକୋପ ଅଧିକ ଥିଲେ, ମୁଣ୍ଡରେ ଯନ୍ତ୍ରଣା ହେଉଥିଲେ, ଦେହହାତ ସର୍ବାଙ୍ଗରେ କଷ୍ଟ ହେଉଥିଲେ, ବାରମ୍ବାର ହାଇ ଆସୁଥିଲେ, ଜିଭ ମୁଖ ଆଦି ଶୁଖଯାଉଥିଲେ, ପେଟ ଫାମ୍ପୁଥଲେ, କୋଷ୍ଠ କାଠିନ୍ୟ ଦୋଷ ରହୁଥିଲେ, ଉପବାସ ନ ରହି ଲଘୁପାକ ଖାଦ୍ୟ ଖାଇବ । ଉପବାସ ରହିଲେ ବାୟୁଦୋଷ ବୃଦ୍ଧି ହେବ ।
ଅଳ୍ପ ଅଳ୍ପ ଫଳ ବାରମ୍ବାର ଖାଇବ । ପିପାସା ଓ ପେଟ ଫମ୍ପା ଥିଲେ ପାନ ମଧୁରୀ ଭିଜା ପାଣି ଓ ପଇଡ ପାଣି ପିଇବ । ମୁଣ୍ଡରେ ଅଧିକ ଯନ୍ତ୍ରଣା ହେଲେ ଓଦା ଗାମୁଛାରେ ମୁଣ୍ଡ ପୋଛି ଦେବ । ଶ୍ୱେତ ଚନ୍ଦନ ଘୋରି କର୍ପୂର ମିଶାଇ କପାଳରେ ଲଗାଇବ ।ବାତଜ୍ଵରରେ ଦିନକୁ ଦୁଇଥର ବେଲପତ୍ର ରସ ଖାଇବାକୁ ଦେବ ।
0 Comments