ଉଚ୍ଚ ରକ୍ତଚାପ 
ସାଧାରଣତଃ ବହୁ ଲୋକଙ୍କର ହଠାତ୍ ହୃଦ୍‌ଘାତ (ହାର୍ଟ ଆଟାକ) ହୋଇ ମୃତ୍ୟୁ ହୋଇଥାଏ । ବେଳେବେଳେ କେତେକ ଲୋକଙ୍କର ଆକସ୍ମିକ ଭାବେ ମସ୍ତିଷ୍କରେ ରକ୍ତସ୍ରାଏଁ ହୋଇ କୋମା, ଶେଷରେ ମୃତ୍ୟୁ ହୋଇଥାଏ । ଏମିତି ହେବାର ମୁଖ୍ୟ କାରଣ ହେଉଛି ଉଚ୍ଚରକ୍ତଚାପ ବା ହାଇପର ଟେନସନ । ଉଚ୍ଚରକ୍ତଚାପ ରୋଗ ହେଲେ ଶରୀରର ସମସ୍ତ ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରିଦିଏ । ଉଚ୍ଚରକ୍ତଚାପ ରୋଗର ସାଧାରଣତଃକୌଣସି ବିଶେଷ ପୂର୍ବଲକ୍ଷଣ ଦେଖାଯାଏ ନାହିଁ ।

 ରକ୍ତ ଚାପ କ’ଣ ?
 ଧମନୀ, ଶିରା, ପ୍ରଶିରା ଆଦି ରକ୍ତ ପ୍ରବାହିତ ହେଉଥିବା ରକ୍ତନାଳୀ ମଧ୍ୟରେ ରକ୍ତ ପ୍ରବାହିତ ହେବା ସମୟରେ ଯେଉଁ ଚାପ ସୃଷ୍ଟିକରେ ତାହାକୁ ରକ୍ତଚାପ କୁହାଯାଏ ।

ରକ୍ତଚାପର ଆବଶ୍ୟକତା 
(୧) ହୃତପିଣ୍ଡ ଏକ ପମ୍ପ ଭଳି କାମକରେ । ହୃତ୍‌ପିଣ୍ଡ ପାଇଁ ରକ୍ତ ପ୍ରବାହିତ ହୁଏ । ହୃତପିଣ୍ଡରୁ ବାହାରି ପ୍ରାୟ ୯୬୦୦୦ କିଲୋମିଟର ଯାଇ ରକ୍ତ ପୁଣି ହୃତପିଣ୍ଡକୁ ଫେରିଆସେ । ଏଥିପାଇଁ ଚାପ ଆବଶ୍ୟକ ହୁଏ ।
 (୨) ଶରୀରର ବିଭିନ୍ନ ଅଂଶରେ ଥିବା ଜୀବକୋଷଗୁଡ଼ିକ ରକ୍ତରୁ ଖାଦ୍ୟ ଗ୍ରହଣ କରିବା ଓ ରକ୍ତକୁ ବର୍ଜ ବସ୍ତୁ (କୋଷ ମଧୁସୁ ମଳ) ନିଷ୍କାସନ କରିବା ପାଇଁ ରକ୍ତ ଚାପ ଆବଶ୍ୟକ ହୁଏ ।
(୩) ଫୁସଫୁସ ଓ ବୃକକ୍ ମାଧ୍ୟମରେ ଦୂଷିତ ପଦାର୍ଥ ନିଷ୍କାସନପାଇଁ ରକ୍ତଚାପ ଆବଶ୍ୟକ ହୁଏ ।

 ରକ୍ତ ଚାପର ପରିମାଣ
ହୃତ୍‌ପିଣ୍ଡ ମିନିଟ୍‌କୁ ପ୍ରାୟ ୭୨ ଥର ସୃନ୍ଦିତ ହୁଏ । ପ୍ରତି ସୁନ୍ଦନରେ ପ୍ରାୟ ୭୦ ମିଲି. ରକ୍ତ ଧମନୀ ମଧକୁ ପଠାଇଥାଏ । ଏହାକୁ ଟ୍ରୋକ ଭଲ୍ୟୁମ କୁହାଯାଏ । ମିନିଟ୍‌କୁ ପ୍ରାୟ ୫ ଲିଟର ରକ୍ତ ଧମନୀ ମଧ୍ୟକୁ ପ୍ରବାହିତ ହୋଇଥାଏ। ଏହାକୁ, କାଡ଼ିଆକୁ ଆଉଟପୁଟ କୁହନ୍ତି ।
ଏହାକୁ ଏକ ସମୀକରଣ ମାଧ୍ୟମରେ ପ୍ରକାଶ କଲେ ।

କାଡ଼ିଆକୁ ଆଉଟପୁଟ = ଶ୍ଳୋକ ଭଲ୍ୟୁମ x ହୃତ୍‌ସ୍ପନ୍ଦନ ।

ସାଧାରଣ ଅବସ୍ଥାରେ ଧମନୀ ଗୁଡ଼ିକ ସଂକୁଚିତ ହୋଇ ରହିଥାଆନ୍ତି । ଫଳରେ ରକ୍ତ ପ୍ରବାହିକୁ ମନ୍ଥର କରନ୍ତି । ଧମନୀ ଗୁଡ଼ିକର ରକ୍ତ ପ୍ରବାହ ପ୍ରତି ଏହି ପ୍ରତିରୋଧକ ଶକ୍ତିକୁ ପେରିଫେରାଲ ରେଜିଷ୍ଟାନ୍ସ କୁହାଯାଏ । ରକ୍ତଚାପକୁ ଏକ ସମୀକରଣ ମାଧ୍ୟମରେ ପ୍ରକାଶ କଲେ ହେବ,

ରକ୍ତଚାପ = କାଡ଼ିଆକ ଆଉଟପୁଟ x ପେରିଫେରାଲ ରେଜିଷ୍ଟାନ୍ସନ୍ତି ।

ତେଣୁ କାଡ଼ିଆକୁ ଆଉଟପୁଟ କିମ୍ବା ପେରିଫେରାଲ ରେଜିଷ୍ଟାନ୍ସର ହ୍ରାସ, ବୃଦ୍ଧି ହେତୁ ରକ୍ତଚାପର ହ୍ରାସ, ବୃଦ୍ଧି ହୋଇଥାଏ । ହୃତ୍‌ପିଣ୍ଡକୁ ରକ୍ତନେଇ ଯାଉଥିବା ରକ୍ତ ନାଳୀ ଗୁଡ଼ିକୁ ଶିରା ଏବଂ ହୃତ୍‌ପିଣ୍ଡରୁ ରକ୍ତ ପ୍ରବାହିତ ହେଉଥିବା ରକ୍ତନାଳୀଗୁଡ଼ିକୁ ଧମନୀ କୁହାଯାଏ ।

ଉଚ୍ଚରକ୍ତଚାପର ପ୍ରକାର ଭେଦ । 

ଉଚ୍ଚରକ୍ତଚାପ ରୋଗ ସାଧାରଣତଃ ଦୁଇ ପ୍ରକାର । ସାଧାରଣ ଉଚ୍ଚରକ୍ତଚାପ ଓ ପ୍ରତିକ୍ରିୟାତ୍ମିକ ଉଚ୍ଚରକ୍ତଚାପ । ଅଧିକାଂଶ ଉଚ୍ଚରକ୍ତଚାପ ରୋଗୀ ସାଧାରଣ ବର୍ଗର । ଶାରୀରିକ ପରିବର୍ତ୍ତନ ପାଇଁ ଏ ରୋଗ ହୁଏ । ଅନ୍ୟ କେତେକ ରୋଗ, ମାନସିକ ଅବସ୍ଥା, ପରିବେଶ ଆଦି ପାଇଁ ପ୍ରତିକ୍ରିୟାତ୍ମକ ଉଚ୍ଚରକ୍ତଚାପ ହୋଇଥାଏ । ଏହା ସାମୟିକ ଅଟେ ।

ଉଚ୍ଚରକ୍ତଚାପ ରୋଗର କାରଣ 

ବଂଶଗତ :
ବଂଶଗତ କାରଣରୁ ଉଚ୍ଚରକ୍ତଚାପ ରୋଗ ହେଉଥିବା କେତେକ ବିଶେଷଜ୍ଞ ବିଶ୍ୱାସ କରୁଥିବା ବେଳେ ଆଉ କେତେକ କରନ୍ତି ନାହିଁ । ତେବେ ପରିବେଶ, ଖାଦ୍ୟ ଓ ଜୀବନ ଶୈଳୀର ପ୍ରଭାବ ଏ ରୋଗ ଉପରେ ରହିଛି । ବଂଶରେ ଥିଲେ ଏବଂ ଅନୁକୂଳ ପରିବେଶ ପାଇଲେ ଏ ରୋଗ ହେବା ସମ୍ଭାବନା ଅଧିକ ଥାଏ ।

ମାନସିକ ଚାପ :
ମାନସିକ ଚାପ ଓ ନକାରାତ୍ମକ ଚିନ୍ତାର ପ୍ରଭାବ ଉଚ୍ଚରକ୍ତଚାପ ରୋଗ ହେବା ଉପରେ ରହିଛି । ମାନସିକ ଚାପ ହେତୁ ଶରୀରରେ କାକୋଲାମିନ ନାମକ ରାସାୟନିକ ପଦାର୍ଥ କ୍ଷରଣ ହୁଏ । ଏହା ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଅନାବଶ୍ୟକ ଭାବେ ଉତ୍ତେଜିତ କରେ । ଫଳରେ ରକ୍ତଚାପ ବୃଦ୍ଧି ହୁଏ । କେତେକ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ ଉଚ୍ଚରକ୍ତଚାପ ରୋଗର ଶୀକାର ହେବା ସମ୍ଭାବନା ଅଧିକ ଥାଏ । ଏମାନେ ପ୍ରତିବର୍ଷ ରକ୍ତଚାପ ମାପିବା ଉଚିତ । ଏହି ବ୍ୟବହାରରୁ କେତେକ ନିମ୍ନରେ ଦିଆଗଲା ।

(୧) ଶୀଘ୍ର ଶୀଘ୍ର ଋକ୍ଷ ଓ ଉଚ୍ଚ ସ୍ୱରରେ କଥା କହିବା । ଅନାବଶ୍ୟକ ଭାବେ କେତେକ ନିର୍ଦ୍ଦିଷ୍ଟ ଶବ୍ଦକୁ ଗୁରୁତ୍ୱର ସହ ସବୁବେଳେ ବ୍ୟବହାର କରିବା । ବାକ୍ୟକୁ ଶୀଘ୍ର ଶେଷ କରିବା ।
(୨) ଶୀଘ୍ର ଶୀଘ୍ର ଚାଲିବା, ଚଳପ୍ରଚଳ ହେବା ଓ ଖାଇବା ।
(୩) ଅନାବଶ୍ୟକ ଭାବେ ଧୈର୍ଯ୍ୟ ହରାଇବା । ଅନ୍ୟର କଥାକୁ ଶୁଣିବାରେ ଧୈର୍ଯ୍ୟ ହରାଇବା ।
(୪) ଆଗରେ ଯାଉଥିବା କୌଣସି ଯାନ ମନ୍ଥର ଗତିରେ ଯାଉଥିଲେ ରାଗିଯିବା ।
(୫) ଧାଡ଼ିରେ ଠିଆହେଲେ ଧୈର୍ଯ୍ୟ ହରାଇବା କିମ୍ବା ରାଗିବା ।
(୬) କୌଣସି କାମ ଧୀରେ ଧୀରେ ହେଲେ ଉତକ୍ଷିପ୍ତ ହେବା । ସେହି କାମକୁ ନିଜେକଲେ ଅଧିକ ଶୀଘ୍ର କରିପାରିବେ ବୋଲି ଭାବିବା
(୭) ଏକ ସମୟରେ ଏକାଧିକ କାମ କରିବାକୁ ଚେଷ୍ଟା କରିବା, ଯେମିତ ଖାଇବା ସମୟରେ ଖବର କାଗଜ ପଢ଼ିବା । ?
(୮) ବହି ପଢ଼ିବାବେଳେ ସଂପୂର୍ଣ୍ଣ ନପଢ଼ି ସାରାଂଶ ଜାଣିବାକୁ ଚେଷ୍ଟା କରିବା ।
(୯) ନିଜ ଚିନ୍ତାରେ ସବୁବେଳେ ମଗ୍ନ ରହିବା । ଅନ୍ୟର କଥା ଶୁଣୁଥିବା ଭଳି ବାହାନା କରି ନିଜେ ଅନ୍ୟ କୌଣସି ବିଷୟରେ ଚିନ୍ତା କରୁଥିବା ।
(୧୦) କୌଣସି ନିର୍ଦ୍ଦିଷ୍ଟ ଘଟଣାରେ କିଛି କରିପାରିବା ସମ୍ଭାବନା ନ ଥାଇ । ମଧ୍ୟ ନିଜକୁ ଦୋଷୀ ଭାବିବା । ଅବସର ମୁହୁର୍ଭକୁ ଉପଭୋଗ କରି ନପାରିବା |
(୧୧) ଅଚ୍ଛରୁ ଅଳ୍ପ ସମୟ ମଧ୍ୟରେ ବହୁ କର୍ମ କରିବାକୁ ଚେଷ୍ଟା କରିବା । ସବୁବେଳେ ସମୟର ଅଭାବ ଅନୁଭବ କରିବା ।
(୧୨) ନିଜ ଚିନ୍ତାଧାରାର ଅନ୍ୟ ବ୍ୟକ୍ତି ସହ ଥିଲେ ନିଜକୁ ଏକ ଆହ୍ୱାନ କିମ୍ବା ଇର୍ଷା ଅନୁଭବ କରିବା ।
(୧୩) କୌଣସି କାମ କରୁଥିଲା ବେଳେ ଅନିଚ୍ଛାକୃତ ଭାବେ ମାଢ଼ି ଚାପିବା, ମୁଠା କରିବା, ଦାନ୍ତ ରଗଡ଼ିବା, ଆଖିବନ୍ଦ କରିବା ଭଳି କୌଣସି ଅଙ୍ଗ ବିକୃତ କରିବା ।
(୧୪) ନିଜ କର୍ମ ଉପରେ ସଂପୂର୍ଣ୍ଣ ସଫଳତା ନିର୍ଭର କରେ ବୋଲି ଭାବିବା ।
(୧୫) କୌଣସି ନୂତନ ଚିନ୍ତା, ଶୈଳୀ, ଧାରା, ସୃଜନଶୀଳତାକୁ ଗ୍ରହଣ ନ କରିବା, ପ୍ରଶ୍ରୟ ନଦେବା କିମ୍ବା ବିଶ୍ୱାସ ନ କରିବା !
(୧୬) ସଦ୍ୟ ଦେଖିଥିବା କିମ୍ବା ପରିଦର୍ଶନ କରିଥିବା ଆସବାବ ପତ୍ରର ରଙ୍ଗ ମନେ ନ ରଖିବା, ପଡ଼ୋଶୀ ବିଷୟରେ ନ ଜାଣିବା, ପାଖ ଦୋକାନ କିମ୍ବା ସ୍ଥାନ ବିଷୟରେ ଅଜ୍ଞତା ।
(୧୭) କାର୍ଯ୍ୟ କ୍ଷେତ୍ରରୁ ଘରକୁ ଫେରିବା ସମୟ ଓ ପିଲାମାନଙ୍କ ସହ ଖେଳିବା ସମୟକ ଅଯଥା ଭାବିବା ,
(୧୮) ନିଜ କାମରେ ମଜିରହି ପରିପାର୍ଶରେ କ’ଣ ଘଟୁଛି ଜାଣି ନ ପାରିବା ।
(୧୯) ଆଧକ୍ୟ ଉପରେ ଗୁରୁତ୍ୱ ଦେଇ ବିନିଯୋଗ ପ୍ରତି ଚିନ୍ତା ନ କରିବା ।

ଅଧିକ ଲୁଣ ଖାଇବା :
ଅଧିକ ଖାଇଲେ ରକ୍ତଚାପ ବୃଦ୍ଧି ହୁଏ । ଏହାର ସଠିକ କାରଣ ଜଣାଯାଇ ନଥିଲେ ମଧ୍ୟ ଅନୁଦ୍ଧାନରୁ ଜଣାଯାଏ ଯେ ଦିନକୁ ୫ ଗ୍ରାମରୁ ଅଧିକ ଲୁଣ ଖାଉଥିବା ବ୍ୟକ୍ତିମାନଙ୍କୁ ଅଧିକ ଉଚ୍ଚରକ୍ତଚାପ ରୋଗ ହୋଇଥାଏ । ଏହି କାରଣରୁ ସମୁଦ୍ର ଉପକୂଳ ଅଞ୍ଚଳର ଲୋକମାନଙ୍କୁ ଅନ୍ୟସ୍ଥାନର ଲୋକମାନଙ୍କ ଅପେକ୍ଷା ଅଧିକ ଉଚ୍ଚରକ୍ତଚାପ ରୋଗ ହୋଇଥାଏ ।
ମେଦବୃଦ୍ଧି :
ମେଦାଧିକ୍ୟ ଥିବା ଅର୍ଥାତ୍ ମୋଟା ଲୋକମାନଙ୍କୁ ଅଧିକ ଉଚ୍ଚରକ୍ତଚାପ ରୋଗ ହୋଇଥାଏ । ଶାରୀରିକ ପରିଶ୍ରମ କରୁଥିବା ଲୋକମାନଙ୍କ ଅପେକ୍ଷା ଆଳସ୍ୟ ଜୀବନ ନିର୍ବାହ କରୁଥିବା ଲୋକମାନଙ୍କୁ ଅଧିକ ଉଚ୍ଚରକ୍ତଚାପ ରୋଗ ହୋଇଥାଏ |

ଧୂମ ପାନ :
( ଧୂମପାନ କିମ୍ବା ଧୂଆଁ ପତ୍ର ଖାଉଥିବା ଲୋକମାନଙ୍କୁ ଅଧିକ ଉଚ୍ଚରକ୍ତଚାପ ରୋଗ ହୋଇଥାଏ । ଧୂମପାନ କରିବା ଦ୍ଵାରା ନିକୋଟିନ ଓ କାରବନ ମନୋକ୍ସାଇଡ୍ ନାମକ ଦୁଇଟି ବିଷାକ୍ତ ପଦାର୍ଥ ରକ୍ତରେ ମିଶେ । ଫଳରେ ରକ୍ତରେ ନୋରୋଡ୍ରେନାଲିନ ନାମକ ରାସାୟନିକ ପଦାର୍ଥ ସୃଷ୍ଟିହୁଏ । ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧିହୁଏ । ଏହି କାରଣରୁ ହୃତ୍‌ପିଣ୍ଡ ଉପରେ ଚାପ ବୃଦ୍ଧି ହୋଇ ଉଚ୍ଚରକ୍ତଚାପ ରୋଗ ହୁଏ ।

ମଦ୍ୟପାନ :  ମଦ୍ୟପାନ କରୁଥିବା ଲୋକମାନଙ୍କୁ ଅଧିକ ଉଚ୍ଚରକ୍ତଚାପ ରୋଗ ହେଉଥିବା । ଅନୁସନ୍ଧାନରୁ ଜଣାଯାଏ ।

ଉଚ୍ଚରକ୍ତଚାପର ଲକ୍ଷଣ 
ସାଧାରଣତଃ ଉଚ୍ଚରକ୍ତଚାପ ରୋଗର କୌଣସି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏ ନାହିଁ । ତେଣୁ ଏହାକୁ ସୁପ୍ତ ଘାତକ (ସାଇଲେଣ୍ଟ କିଲର) ରୋଗ କୁହାଯାଏ । ତେବେ ମୁଣ୍ଡବିନ୍ଧା, ଆଖ୍ ପୋଡ଼ିବା, ମୁଣ୍ଡ ବୁଲାଇବା, ଛାତି ଧଡ଼ ଧଡ଼ କରିବା, ନାକରୁ ରକ୍ତ ପଡ଼ିବା, ଶିରା ଫୁଲିଯିବା, ମୁଖ ମଣ୍ଡଳ ନାଲି ପଡ଼ିବା ଭଳି କେତେକ ଲକ୍ଷଣ ପ୍ରକାଶ ପାଇଥାଏ ।ଅନ୍ୟ କୌଣସି ରୋଗପାଇଁ ଶରୀର ପରୀକ୍ଷା, ଇନସୁରାନୁ ପଲିସି ପାଇଁ ପରୀକ୍ଷା, ଅସ୍ତ୍ରୋପଚାର ପାଇଁ ପରୀକ୍ଷା ଆଦି କରିବା ସମୟରେ ଆକସ୍ମିକ ଭାବେ ଉଚ୍ଚରକ୍ତଚାପଥିବା ଜଣାଯାଏ । ତେଣୁ ୩୫ ବର୍ଷ ବୟସପରେ ଉଚ୍ଚ ରକ୍ତଚାପ ରୋଗ ହେବା ସମ୍ଭାବନା ଥିବାରୁ ଏବଂ ମୋଟା ଲୋକମାନେ ପ୍ରତିବର୍ଷ ରକ୍ତଚାପ ପରୀକ୍ଷା କରିବା ଉଚିତ ।

ଉଚ୍ଚରକ୍ତଚାପ ରୋଗର ଚିକିତ୍ସା  
ଉଚ୍ଚରକ୍ତଚାପ ରୋଗ ହେଲେ କେବଳ ଔଷଧ ଖାଇଲେ ରୋଗ ଭଲ ହୁଏ ନାହି । ଔଷଧ ଖାଇବାସହ ଅନ୍ୟ କେତେକ ଦିନ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିମ୍ନରେ ଦିଆଗଲା ।

ଜୀବନ ଶୈଳୀରେ ପରିବର୍ଭନ :
ଆଧୁନିକ ଯୁଗର ବେଗଶୀଳ ଓ ପ୍ରତିଯୋଗୀତାତ୍ମକ ଜୀବନ ଶୈଳୀ ଉଚ୍ଚ ରକ୍ତଚାପ ସୃଷ୍ଟି କରିଥାଏ । ତେଣୁ କଷ୍ଟକର ହେଲେ ମଧ୍ୟ ଜୀବନ ଶୈଳୀକୁ କିଛିଟା ପରିବର୍ତ୍ତନ କରିବାପାଇଁ ଚେଷ୍ଟା କରିବା ଆବଶ୍ୟକ, । କର୍ମ ଉପରେ ଅଧିକ ବିଶ୍ୱାସ କରିବା ସହ ଫଳପ୍ରତି କାମ ଆଶା ରଖିବା ଉଚିତ । ଫଳପ୍ରତି ଆଶାରଖି ପ୍ରାପ୍ତି ନ ହେଲେ ମାନସିକ ଚାପ ବୃଦ୍ଧି ହୁଏ । ଗୀତା’ର ଏହି ନୀତି ଗ୍ରହଣକଲେ ମାନସିକ ଚାପ ରହେ ନାହିଁ ।

ଲୁଣ ଖାଇବା ହ୍ରାସ କରିବା : ଅଧୁକ ଲୁଣ ଖାଇବାଦ୍ୱାରା ରକ୍ତଚାପ ବୃଦ୍ଧି ହୁଏ । ଆମେ ସାଧାରଣତଃ ଦିନକୁ ୧୫ ରୁ ୨୦ ଗ୍ରାମ ଲୁଣ ଖାଇଥାଉ । ଏହି ପରିମାଣକୁ ୨ ରୁ ୩ ଗ୍ରାମକୁ କମାଇବାକୁଚେଷ୍ଟା କରିବା ଆବଶ୍ୟକ । ଏଥିପାଇଁ ନିମ୍ନମତେ ଚେଷ୍ଟା କରାଯାଇପାରେ ।

(୧) ଆମେ ସାଧାରଣତଃ ରନ୍ଧାଖାଦ୍ୟ ମାଧ୍ୟମରେ ଅଧିକ ଲୁଣ ଖାଇଥାଉ । । ତେଣୁ ରାନ୍ଧିବାବେଳେ ଧୀରେ ଧୀରେ ଲୁଣର ମାତ୍ରା କମାଇବା ଆବଶ୍ୟକ । କମଲୁଣ ପଡ଼ିଥିବା ଖାଦ୍ୟ ପ୍ରଥମେ ଅଲଣା ଲାଗିବ । ଖାଇବାରେ କିଛିଟା ଅସୁବିଧା ହେବ । କିନ୍ତୁ କିଛିଦିନ ଖାଇଲେ ଅଭ୍ୟାସରେ ପରିଣତ ହେବ । ପରିବାରର ସମସ୍ତ ସଦସ୍ୟ ।  ଏହି ପରିବର୍ତ୍ତନ ପାଇଁ ସହଯୋଗ କରିବା ଆବଶ୍ୟକ ।
(୨) ଖାଦ୍ୟରେ କଞ୍ଚାଲୁଣ ଖାଇବା ସମ୍ପୂର୍ଣ ତ୍ୟାଗ କରିବା ଉଚିତ ।
(୩) କୌଣସି ପ୍ୟାକେଟ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଏଥିରେ ଅଧିକ ଲୁଣ ଦିଆଯାଇଥାଏ ।
(୪) ଆଚାର, ଚଟଣୀ, ପାମ୍ପଡ଼ ଆଦି ଖାଦ୍ୟ ଯେତେ କମ୍ ଖାଇବ ସେତେ ଭଲ । କାରଣ ଏଥିରେ ଅଧୁକ ଲୁଣ ଥାଏ ।
(୫) ଲୁଣିଆ କାକୁ କିମ୍ବା ବାଦାମ, ଆଳୁ ଚିପ୍ସ, ବିସ୍କୁଟ ଆଦି ଖାଦ୍ୟ ଖାଇବା ଉଚିତ୍ ନୁହେଁ । କାରଣ ସେଥିରେ ଅଧିକ ଲୁଣ ଥାଏ ।

ଶାରୀରିକ ଓଜନ ହ୍ରାସ କରିବା : 
ଶରୀରର ଓଜନ ଅଧିକ ଥିଲେ ଖାଦ୍ୟ ନିୟନ୍ତ୍ରଣ ଓ ବ୍ୟାୟାମଦ୍ୱାରା ହ୍ରାସ କରିବାକୁ ଚେଷ୍ଟା କରିବା ଉଚିତ । ଖାଦ୍ୟ ନିୟନ୍ତ୍ରଣ ଅର୍ଥନୁହେଁ ଖାଦ୍ୟ କମାଇବା । ଖାଦ୍ୟ ନିୟନ୍ତ୍ରଣ ଅର୍ଥ ଶର୍କରା ଓ ତୈଳାକ୍ତ ଖାଦ୍ୟ ସମ୍ପୂର୍ଣ ତ୍ୟାଗ କରିବା ।

ବ୍ୟାୟାମ ଓ ଯୋଗ କରିବା :
ନିୟମିତ ହାଲୁକା ବ୍ୟାୟାମ ଓ ଯୋଗାସନ କରିବା ଆବଶ୍ୟକ । ବ୍ୟାୟାମ ମଧ୍ୟରେ ଚାଲିବା, ଜଗିଙ୍ଗ, ପହଁରିବା, ସାଇକେଲ ଚଳାଇବା ଆଦି ଉତ୍ତମ ଅଟେ । ନିୟମିତ ଦିନକୁ ୪୦ ମିଟର ଦ୍ରୁତ ଗତିରେ ଚାଲିଲେ ଆବଶ୍ୟକ ସୁଫଳ ମିଳେ । ଯୋଗ ଓ ପ୍ରାଣାୟାମ କରିବାକୁ ହେଲେ କୌଣସି ଯୋଗଗୁରୁଙ୍କଠାରୁ ଶିକ୍ଷାକରି କରିବା ଆବଶ୍ୟକ । ସ୍ଵାମୀ ରାମଦେବଙ୍କ ପ୍ରାଣାୟାମ ଶିକ୍ଷା ସି.ଡ଼ି. ବାରମ୍ବାର ଦେଖି ପ୍ରାଣାୟାମ ଓ ଯୋଗ କରାଯାଇପାରେ ।

ଖାଦ୍ୟାଭ୍ୟାସ ପରିବର୍ଭନ : 
ଚିନି ଭଳି ନିଷ୍କାସିତ ଶର୍କରା ଏବଂ ଏହାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଖାଦ୍ୟ, ତୈଳାକ୍ତ ଖାଦ୍ୟ ଓ ଲବଣାକ୍ତ ଖାଦ୍ୟ ସଂପୂର୍ଣ୍ଣ ତ୍ୟାଗ କରିବା ଆବଶ୍ୟକ । ଉଚ୍ଚ ରକ୍ତଚାପ ରୋଗୀ ଚିନିମୁକ୍ତ, ଲୁଣ ମୁକ୍ତ, ତୈଳ ମୁକ୍ତ ଓ କ୍ୟାଲୋରୀ ମୁକ୍ତ ଖାଦ୍ୟ ଖାଇବା ଉଚିତ । କ୍ୟାଲସିଅମ ଓ ପୋଟାସିଅମ ସମୃଦ୍ଧ ଖାଦ୍ୟ ଖାଇଲେ ଉପକାର ମିଳେ । କୋଲିନ ନାମକ ଭିଟାମିନ ସଦୃଶ ପଦାର୍ଥଥିବା ଖାଦ୍ୟ ଖାଇଲେ ରକ୍ତଚାପ ହ୍ରାସ ହୁଏ । ସୋୟାବିନ, ଗହମ ଗଜା, ମଟର, ବିନ, ଚିନାବାଦାମ, ବନ୍ଧାକୋବି, ପାଳଙ୍ଗ, ସୋରିଷ ଆଦିରେ କୋଲିନ ଥାଏ ।

ମଦ ଓ ଧୂମପାନ ତ୍ୟାଗ କରିବା :
 ମଦ, ସିଗାରେଟ, ଧୂଆଁପତ୍ର ଆଦି ତ୍ୟାଗକଲେ ରକ୍ତଚାପ ହ୍ରାସ ହୁଏ ।

ଔଷଧ :
ଉଚ୍ଚରକ୍ତଚାପ ରୋଗ ହେଲେ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇବା ଆବଶ୍ୟକ । ଚିକିତ୍ସକଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରିବା ଉଚିତ ନୁହେଁ ।

ଉଚ୍ଚରକ୍ତଚାପ ହେତୁ ବିପଦ 
ଆଥେରୋସ୍ କୈରୋସିସ :
ଉଚ୍ଚରକ୍ତଚାପ ହେତୁ ଆଥେରୋସ କେରୋସିସ ନାମକ ରୋଗ ହୋଇଥାଏ । ଏହି ରୋଗ ହେଲେ ଶରୀରର ସମସ୍ତ ଶିରା ଓ ଧମନୀ ଆଦି ରକ୍ତ ପ୍ରବାହିତ ହେଉଥିବୀ , ରକ୍ତନାଳୀ (ରକ୍ତବାହିକା) ଗୁଡ଼ିକ ଶକ୍ତ ହୋଇ ସେମାନଙ୍କ ଆକୁଞ୍ଚନ, ପ୍ରସାରଣ (ଇଲାଷ୍ଟିସିଟି) ଗୁଣ ହରାନ୍ତି । ଫଳରେ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକୁ ଆବଶ୍ୟକ ରକ୍ତ ଯୋଗାଣ ହୋଇପାରେ ନାହିଁ । କରୋନାରୀ ଧନୀ ହୁପିଣ୍ଡକୁ ଆବଶ୍ୟକ ରକ୍ତ ଯୋଗାଇ ପାରେ ନାହିଁ । ଛାତିରେ ଯନ୍ତ୍ରଣା (ଆଞ୍ଜାଇନା) ହୁଏ । ହୃତଘାତ ହେବା ସମ୍ଭାବନା ସୃଷ୍ଟି ହୁଏ । ମସ୍ତିଷ୍କରେ ରକ୍ତସ୍ରାବ ହେବା ଆଶଙ୍କା ମଧ୍ୟ ଥାଏ । ତେଣୁ ଆକସ୍ମିକ ମୃତ୍ୟୁ, ପକ୍ଷାଘାତ,କୋମା ଆଦି ପରିସ୍ଥିତି ସୃଷ୍ଟି ହେବା ଭୟଥାଏ ।

ହୃତ୍‌ପିଣ୍ଡ ବିଫଳ ହେବା : 
ରକ୍ତଚାପ ଅଧିକ ହେଲେ ହୃତ୍‌ପିଣ୍ଡ ଉପରେ କାର୍ଯ୍ୟଭାର ବଢ଼ିଯାଏ । ଏହି ଅଧିକ କାର୍ଯ୍ୟ କରିବାପାଇଁ ହୃତ୍‌ପିଣ୍ଡ ସଂପୃକ୍ତ ପେଶୀ ଗୁଡ଼ିକର ଆକାର ବଢ଼ିବାସହ ଶକ୍ତ ହୁଏ । କିଛିଦିନ ପର୍ଯ୍ୟନ୍ତ ହୃତ୍‌ପିଣ୍ଡ ଏହି କାର୍ଯ୍ୟଭାରକୁ ସମ୍ଭାଳିନେବା ପରେ କ୍ଲାନ୍ତ ହୋଇ କାର୍ଯ୍ୟ କରିବାକୁ ସକ୍ଷମ ହୁଏ ନାହିଁ । ଧିରେ ଧିରେ ହୃତ୍‌ପିଣ୍ଡ ମନ୍ଥର ହୁଏ । ହୃତ୍‌ପିଣ୍ଡ ଆବଶ୍ୟକ ପରିମାଣ ରକ୍ତ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ପଠାଇ ପାରେ ନାହିଁ । ଫଳରେ ଶରୀରର ସମସ୍ତ ମାଂସପେଶୀ ଦୁର୍ବଳ ହୁଅନ୍ତି । ମସ୍ତିଷ୍କ ମଧ୍ୟ ଆବଶ୍ୟକ ରକ୍ତ ନପାଇ କାର୍ଯ୍ୟ କରିପାରେ ନାହିଁ । ହୃତ୍‌ପିଣ୍ଡ ଭିତରେ ରକ୍ତଚାପ ବଢ଼େ । ଏହା ଭିତରକୁ ଯାଉଥିବା ସମସ୍ତ ରକ୍ତ ନିଷ୍କାସିତ ହୋଇପାରେ ନାହିଁ । ଫଳରେ ହୃତ୍‌ପିଣ୍ଡ ଭିତରେ ବିପରୀତ ମୁଗ୍ଧ ଚାପ ସୃଷ୍ଟି ହୋଇ ରକ୍ତ ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌ଫୁସ୍‌କୁ ଅତ୍ୟଧିକ ରକ୍ତ ଯିବାରୁ ଫୁସ୍‌ଫୁସ୍ ସ୍ୱାଭାବିକ କାର୍ଯ୍ୟ କରିପାରେ ନାହିଁ । ଯକୃତ ଓ ଶିରାମଧ୍ୟରୁ ଅଧିକ ରକ୍ତ ଯିବାରୁ ଯକୃତ ଓ ବେକର ଶିରାଗୁଡ଼ିକ ଫୁଲିଯାଏ । ଗୋଡ଼ ଫୁଲେ । ଶେଷରେ ହୃତ୍‌ପିଣ୍ଡ ଅଚଳ ହୁଏ ।

ବୃକକର କାର୍ଯ୍ୟ ଦକ୍ଷତା ହ୍ରାସ :
ରକ୍ତଚାପ ବଢ଼ିଲେ ବୃକକ୍ ସୁଚାରୁ ରୂପେ କାର୍ଯ୍ୟ କରିପାରେ ନାହିଁ । ଫଳରେ ରକ୍ତରେ ଖଣିଜ ଲବଣ ଓ ବିଷାକ୍ତ ପଦାର୍ଥ ବୃଦ୍ଧିହୁଏ । ଧୀରେ ଧୀରେ ବୃକକ୍‌ର କୋଷଗୁଡ଼ିକ ନଷ୍ଟ ହୋଇ ଯାଆନ୍ତି । ଆଲବୁମିନ ଭଳି ଆବଶ୍ୟକ ପଦାର୍ଥଗୁଡ଼ିକ ରକ୍ତରୁ ପରିସ୍ରାଦ୍ଵାରା ନିଷ୍କାସିତ ହୁଏ । ପରିସ୍ରାରେ ଆଲବୁମିନ ବାହାରିଲେ ରୋଗୀ ୫ ବର୍ଷରୁ ଅଧିକ ବଞ୍ଚିପାରେ ନାହିଁ ।

ଆଟେରିଓଲ ଫୁଲିବା :
ଧମନୀଗୁଡ଼ିକର ଶେଷଭାଗରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଧମନୀକୁ ଆରଟେରିଓଲ କୁହାଯାଏ । ଉଚ୍ଚରକ୍ତଚାପ ହେତୁ ଏମାନଙ୍କ ଉପରେ ଅଧିକ ଚାପ ପଡ଼ି ଫୁଲି ଯାଆନ୍ତି । ଫଳରେ କେତେ ଫାଟି ଯାଆନ୍ତି । ଏହି ଅବସ୍ଥା ଆସିଲେ ରକ୍ତଚାପ ଶୀଘ୍ର ଶୀଘ୍ର ବଢ଼ିବାକୁ ଲାଗେ । ବୃକକ୍‌ରେ ରକ୍ତସ୍ରାବ ହୁଏ । ବୃକକ୍ ଅଚଳ ହୁଏ । ବର୍ଷକ ମଧ୍ୟରେ ରୋଗୀର ମୃତ୍ୟୁ ହୁଏ ।

ଏଓର୍ଟାର ବିକୃତି
ମୁଖ୍ୟ ଧମନୀକୁ ଏଓର୍ଟା କୁହାଯାଏ । ରକ୍ତଚାପ ଅଧିକ ରହିଲେ ଏ ପତଳା ହୁଏ । ପତଳା ହୋଇଥିବା ସ୍ଥାନରେ ଏଓର୍ଟ ବେଲୁନ ଭଳି ଫୁଲିଯାଏ । ଭିତରକୁ ଫୁଲଲେ ଏଓର୍ଟା ବନ୍ଦ ହୋଇ ରକ୍ତ ପ୍ରବାହ ହୋଇପାରେ ନାହିଁ । ବାହାର ପଟକୁ ଫୁଲିଲେ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୁଏ । ରୋଗୀର ମୃତ୍ୟୁ ହୁଏ ।

ଉଚ୍ଚରକ୍ତଚାପ ରୋଗୀ ଜାଣିବାପାଇଁ :
(୧) ଉଚ୍ଚରକ୍ତଚାପ ରୋଗ ଏକ ନୀରବ ବା ସୁପ୍ତ (ସାଇଲେଣ୍ଟ କିଲର) ଘାତକ ରୋଗ । ବର୍ଷ ବର୍ଷ ଧରି ରୋଗ ଶରୀରରେ ଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ କରେ ନାହିଁ ।
(୨) ଧନୀ, ଗରିବ ! ସହରୀ, ମଫସଲୀ ! ନାରୀ, ପୁରୁଷ ! ଶିଶୁ, ବୃଦ୍ଧ ! ନିର୍ବିଶେଷରେ ସମସ୍ତଙ୍କୁ ହୋଇଥାଏ । ତେବେ ୩୫ ବର୍ଷ ବୟସ ପରେ ହେବା ସମ୍ଭାବନା ଅଧିକ ।
(୩) ସ୍ଫିଗମୋମାନୋମିଟର ନାମକ ଯନ୍ତ୍ର ସାହାଯ୍ୟରେ ରକ୍ତଚାପ ମପାଯାଏ ।
(୪) ଉଚ୍ଚରକ୍ତଚାପ ବୃଦ୍ଧି ଦୁଇ ପ୍ରକାର । ସ୍ଥାୟୀ ଓ ସାମୟିକି । ଉତ୍ତେଜିତ, ମାନସିକ ଅବସନ୍ନତା, ଅସ୍ତ୍ରୋପଚାର, ଗର୍ଭଧାରଣ, ଆଦି ସମୟରେ ଅସ୍ଥାୟୀ ଭାବେ ରକ୍ତଚାପ ବୃଦ୍ଧି ହୁଏ । ଏହାକୁ ରୋଗ କୁହାଯାଏ ନାହିଁ । କାରଣ ଅପସାରିତ ହେଲେ । ଚାଲିଯାଏ । ସ୍ଥାୟୀଭାବେ ରକ୍ତଚାପ ବୃଦ୍ଧି ହେଲେ ରୋଗ କୁହାଯାଏ ।
(୫) ବଂଶଗତ କାରଣ, ମାନସିକ ଚିନ୍ତାଧାରା, ଅଧକ ଲୁଣ ଖାଇବା, ମେଦ ବୁଦ୍ଧି, ଆଳସ୍ୟ ଜୀବନ, ଧୂମପାନ, ମଦ୍ୟପାନ ଆଦି ପାଇଁ ରକ୍ତଚାପ ବୃଦ୍ଧି ରୋଗ ହୁଏ ।
(୬) ଉଚ୍ଚରକ୍ତଚାପରୁ ହୃଦ୍‌ଘାତ, ହୃତପିଣ୍ଡ ଅଚଳ ହେବା, ବୃକକ୍ ଅଚଳ ହେବା, ମସ୍ତିଷ୍କରେ ରକ୍ତସ୍ରାବ, ପକ୍ଷାଘାତ ଆଦି ଜଟିଳ ଅବସ୍ଥା ସୃଷ୍ଟି ହୋଇପାରେ ।
(୭) ଉଚ୍ଚରକ୍ତଚାପ ରୋଗ ଆୟୁହ୍ରାସ କରିଥାଏ ।
(୮) ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ଆଜୀବନ କରିବାକୁ ହୁଏ ।
(୯) ମାନସିକ ଚିନ୍ତା ଧାରାର ପରିବର୍ତ୍ତନ, ଜୀବନ ଶୈଳୀରେ ପରିବର୍ତ୍ତନ, କମ ଲୁଣ ଖାଇବା, ଖାଦ୍ୟାଭ୍ୟାସର ପରିବର୍ତ୍ତନ, ମଦ ଓ ଧୂମପାନ ତ୍ୟାଗ କରିବା, ପ୍ରାଣାୟାମ ଓ ଯୋଗ କରିବା, ନିୟମିତ ଲଘୁ ବ୍ୟାୟାମ କରିବା ସହ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଖାଇବାଦ୍ୱାରା ଉଚ୍ଚରକ୍ତଚାପ ରୋଗ ନିୟନ୍ତ୍ରଣରେ ରହେ ।