ଗର୍ଭସ୍ରାବ
ଗର୍ଭାବସ୍ଥାରେ ଗର୍ଭାଶୟରେ କଷ୍ଟ ହେବା କିମ୍ବା ରକ୍ତସ୍ରାବ ହେବାକୁ ଗର୍ଭସ୍ରାବ କୁହାଯାଏ । ଗର୍ଭ ହେବାର ତିନିମାସ ମଧ୍ୟରେ ଏ ରୋଗ ହୋଇଥାଏ । ଏପରି ହେଲେ ଗର୍ଭବତୀ ମହିଳା ୩, ୪ ଦିନ ବିଛଣାରେ ଶୋଇରହି ସଂପୂର୍ଣ୍ଣ ବିଶ୍ରାମ ନେବେ । ଦିନର କିଛି ସମୟ ଶୋଇଥିବା ଖଟର ଗୋଡ଼ପଟ ଦୁଇ, ତିନି ଇଞ୍ଚ ଉଠାଇ ରଖିବ । ସକାଳେ ଓ ସନ୍ଧ୍ୟାରେ ଏକ ଚଉଡ଼ା କନାକୁ ଓଦା କରି ତଳପେଟ ଉପରେ ପକାଇ ଘଣ୍ଟାଏ ରଖିବ । ସମ୍ଭାବ୍ୟ ମାସିକ ଋତୁସ୍ରାବର ଦିନ ଗଡ଼ିଯିବା ପର୍ଯ୍ୟନ୍ତ ଏପରି କରିବ ।
ଔଷଧ-
୧. କଇଁଫୁଲର କେଶର ବଟା,୪ ଚାମଚକୁ ୧ ଲିଟର ଗାଈଦୁଧରେ ମିଶାଇ - ଦିନକୁ ୩, ୪ ଥର କପେ ଲେଖା ଖାଇଲେ ଅସମୟରେ ହେଉଥିବା ଗର୍ଭଶୂଳ ଭଲ ହୁଏ ।
୨. ଗର୍ଭର ପଞ୍ଚମ ମାସରେ ୨ ଗ୍ରାମ ଡାଳିମ୍ବ ପତ୍ର ବଟା, ୧ ଚାମଚ ଘୋରା ଚନ୍ଦନ, ଅଧକପି ଦହି ଓ ୨ ଚାମଚ ମହୁ ମିଶାଇ ପ୍ରତିଦିନ ସକାଳେ ଖାଇଲେ ଗର୍ଭରକ୍ଷା ହୁଏ ।
୩. ଛଅ ଚାମଚ ଦୂବରସକୁ କପେ ଦୁଧରେ ମିଶାଇ ରାତିରେ ଶୋଇବା ପୂର୍ବରୁ ୪୧ ଦିନ ଖାଇଲେ ଗର୍ଭାବସାରେ ରିସାବ ଭଲ ହୁଏ |

0 Comments