ସଞ୍ଜୟ ରାଉଳ



ସଞ୍ଜୟ ରାଉଳ ଭାରତୀୟ କ୍ରିକେଟ ଦଳରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଥିବା ଜଣେ ଖେଳାଳି । ତାଙ୍କ ବ୍ୟତିତ,ଶିବସୁନ୍ଦର ଦାସ,ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା ମଧ୍ୟ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଛନ୍ତି ।

ବ୍ୟକ୍ତିଗତ ଜୀବନ
ସଞ୍ଜୟ ରାଉଳ, ପିତା ସୁଶାନ୍ତ କୁମାର ରାଉଳ ଓ ମାତା ରମା ରାଣୀ ରାଉଳଙ୍କ ଠାରୁ ୬ ଅକ୍ଟୋବର ୧୯୭୬ ଦିନ କଟକରେ ଜନ୍ମଗ୍ରହଣ କରିଥିଲେ ।ଶିକ୍ଷାଗତ ଯୋଗ୍ଯତା ଅନୁଯାୟି, ସେ ଜଣେ ବାଣିଜ୍ୟ ସ୍ନାତକ ।

କ୍ରିକେଟ ଜୀବନ
ସଞ୍ଜୟ ରାଉଳ, ଭାରତ ତରଫରୁ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୧୯୯୮ରେ ପାକିସ୍ଥାନ ବିରୋଧରେ ଖେଳିଥିଲେ । ଏହି ମ୍ୟାଚରେ ସେ ୮ ରନ କରିଥିଲେ ଓ ଗୋଟିଏ ଉଇକେଟ ଅର୍ଜନ କରିଥିଲେ । ସେ ଓଡ଼ିଶା ରଣଜୀ ଦଳର ଅଧିନାୟକତ୍ୱ କରିଛନ୍ତି । ଓଡ଼ିଶା ବ୍ୟତିତ ସେ ତ୍ରିପୁରା ଦଳ ପାଇଁ ମଧ୍ଯ ରଣଜୀ ଟ୍ରଫି ଖେଳିଛନ୍ତି ।

ସମ୍ମାନ
୧୯୯୭ - ଏକଲବ୍ଯ ପୁରସ୍କାର