ମାଧୁରୀ ମେହେଟା



ମାଧୁରି ମେହେଟା, ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ । ସେଟି ୨୦ ଏବଂ ଦିନିକିଆ କ୍ରିକେଟରେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି ।

କ୍ରିକେଟ ଜୀବନ
ପିତା ପ୍ରଦୀପ ମେହେଟାଙ୍କୁ ନିଜର ଆଦର୍ଶ ମାନୁଥିବା ମାଧୁରି , ତାଙ୍କରି ଠାରୁ କ୍ରିକେଟ ଖେଳ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ପରିବାରରେ କ୍ରିକେଟ ଖେଳ ପୂର୍ବରୁ ରହିଥିଲା । ପିତା ପ୍ରଦୀପ ମେହେଟା, ୮୦ ଦଶନ୍ଧିରେ ରଣଜୀ ଟ୍ରଫିରେ ଜଣେ ଅଲରାଉଣ୍ଡର ହିସାବରେ ଖେଳି ସାରିଛନ୍ତି । ପରିବାରର ଅନ୍ୟ ଗୁରୁଜନ ମାନେ ମଧ୍ୟ କ୍ରିକେଟ ଖେଳିଛନ୍ତି ତଥା ବଲାଙ୍ଗୀରରେ କ୍ରିକେଟ ଖେଳ ପ୍ରତି
ଏହି ପରିବାରର ଖୁବ ଅବଦାନ ରହିଆସିଛି । ମାତା, ଆହୁତି ମିଶ୍ର ଜଣେ ଶିକ୍ଷୟତ୍ରୀ ।

୨୦୦୭ ମସିହାରୁ କ୍ରିକେଟ ଖେଳ ଆରମ୍ଭ କରିଥିବା ମାଧୁରି, ବଲାଙ୍ଗୀର ଜିଲ୍ଲା, ଓଡି଼ଶା ତଥା ଇଷ୍ଟ ଜୋନ ତରଫରୁ କ୍ରିକେଟ ଖେଳି ସାରିଛନ୍ତି । ୨୦୧୧ ମସିହାରେ, ସେ ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ଲାଭକରିବାର ସୁଯୋଗ ପାଇଥିଲେ ଏବଂ ୨୦୧୨ ମସିହାରେ ଭାରତ ପକ୍ଷରୁ ୱ୍ୱେଷ୍ଟ ଇଣ୍ଦିଜ୍ ବିପକ୍ଷରେ ଖେଳିବା ପାଇଁ ସୁଯୋଗ ପାଇଥିଲେ।