ରଞ୍ଜୀବ ବିଶ୍ୱାଳ



ରଞ୍ଜୀବ ବିଶ୍ୱାଳ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଓଡ଼ିଶା ରଣଜି ଦଳରେରେ ଖେଳୁଥିଲେ । ୧୯ ବର୍ଷରୁ କମ ବର୍ଗର କ୍ରିକେଟ ଦଳରେ ଭାରତ ତରଫରୁ ପାକିସ୍ଥାନ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ । ୧୯୯୭ମସିହାରେ ଭାରତୀୟ କ୍ରିକେଟ ଦଳରୁ ଅବସର ଗ୍ରହଣ କରିଥିଲେ ।

ପରିବାର
ବିଶ୍ୱାଳ ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ପୁଅ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ସକ୍ରିୟ ଥିବା ଚିରଞ୍ଜିବ ବିଶ୍ୱାଳଙ୍କ ଭାଇ । ସେ ଅନିତା ମହାନ୍ତିଙ୍କୁ ବିବାହ କରିଛନ୍ତି ।