କୃଷ୍ଣଚରଣ ବେହେରା (୦୨ ଜୁନ ୧୯୩୨ - ୨୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ଶିଶୁସାହିତ୍ୟ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ ।କୃଷ୍ଣଚରଣ ୧୯୩୨ମସିହାରେ ଭଦ୍ରକ ଜିଲ୍ଲାର ଅର୍ଜୁନବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୫ମସିହାରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଓ ୧୯୬୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷାବିତ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ଭାଷାବିଭାଗରେ ଅଧ୍ୟାପକ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ(୧୯୯୦-୯୨) କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ଯୁବ ଲେଖକ ସମ୍ମିଳନର ଅଧ୍ୟକ୍ଷ ଓ ଓଡ଼ିଆ ଗବେଷଣ ପରିଷଦ, କଟକର ପ୍ରତିଷ୍ଠାତା(୧୯୮୦) ଅଧ୍ୟକ୍ଷ ଥିଲେ । ୨୦୧୭ ମସିହା ଜୁଲାଇ ୨୯ତାରିଖରେ ସେ ଇହଲିଳା ସମ୍ବରଣ କରିଥିଲେ ।
ରଚନାବଳୀ
ଓଡ଼ିଶାର ଯ଼ାତ୍ରା ଓ ପାରଂପରିକ ଲୋକପ୍ରିୟ ନାଟ୍ୟଧାରା (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୯୭)
କଥା ସାହିତ୍ୟ(ସୋମନାଥ ତ୍ରିପାଠୀ,୧୯୬୦)
ଦଶହରା(କୃଷ୍ଣଚରଣ ବେହେରା,୧୯୬୦)
ପ୍ରଗତି ସାହିତ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ(ସୋମନାଥ ତ୍ରିପାଠୀ, ୧୯୫୮)
ଅଶ୍ଳୀଳତା ବିପକ୍ଷରେ(ଜଗନ୍ନାଥ ରଥ, ୧୯୬୬)
କେତୋଟି ସାହିତ୍ୟିକ ଅଭିଭାଷଣ(ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୭୦)
ଶ୍ରୀ ଜଗନ୍ନାଥ ଓ ଓଡ଼ିଆ ସାହିତ୍ୟ(ପୁସ୍ତକ ଭଣ୍ଡାର, ୧୯୭୪)
ଚା କପରେ ଝଡ(କୃଷ୍ଣଚରଣ ବେହେରା, ୧୯୫୩)
ଐତରେୟ ଓ ଅନ୍ୟାନ୍ୟ ଗଳ୍ପ(ଏସ୍ ଏନ୍ ଚୌଧୁରୀ, ୧୯୮୨)
ନାରୀ ଏକ ନଦୀର ନାମ(ଓଡ଼ିଶା ବୁକ୍ ଷ୍ଚୋର, ୧୯୭୬)
କୃଷ୍ଣଚରଣ ବୀଥିକା(ବିଦ୍ୟା ପ୍ରକାଶନ , ୧୯୯୯)
କବିତାଶ୍ରୀ କୃଷ୍ଣଚରଣ ବେହେରାଙ୍କଦ୍ୱାରା ସଂପାଦିତ( ବିଦ୍ୟା ପ୍ରକାଶନ, ୨୦୦୦)
ନାଟ୍ୟ ସାହିତ୍ୟ ପରିଚୟ(ଫ୍ରେଣ୍ଡସ୍ ପବ୍ଲିଶର୍ସ ୧୯୭୮)
ପ୍ରସଙ୍ଗ : ନାଟକ-ଏକାଙ୍କିକା(ଫ୍ରେଣ୍ଡସ ପବ୍ଲିଶର୍ସ , ୧୯୯୭)
କୁସୁମ କେଳି(ସାଥିମହଲ, ୧୯୯୫)
ବେଦୀ ଇତ୍ୟାଦି ଗଳ୍ପ( ଜେ ମହାପାତ୍ର ୧୯୭୧)
ଦର୍ପକ ଦର୍ପଣ(ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ୨୦୦୪)
ଇତର ଇତରା(ଖରସ୍ରୋତା ପବ୍ଲିକେଶନ୍ସ, ୨୦୦୮)
ନାରୀ ମେଧ ଓ ଅନ୍ୟାନ୍ୟ ଗଳ୍ପ(ଓଡ଼ିଶା ବୁକ ଷ୍ଟୋର, ୧୯୮୯)
ସମ୍ପାନ ସନ୍ଦର୍ଭ(ଉତ୍କଳିକା, ୧୯୮୧)
ପ୍ରସଙ୍ଗ: ଧର୍ମ ଓ ଶିକ୍ଷା(ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୯୩)
ପଣ୍ଡିତ ନୀଳମଣି ବିଦ୍ୟାରତ୍ନ (ଓଡ଼ିଶା ସାହିତ୍ୟ ଏକାଡେମୀ , ୨୦୦୨)
ସମ୍ପାଦନା
ଅଗ୍ରଣୀ
କବିତା
ଡଗର(ସହ ସମ୍ପାଦକ)
ଏଷଣା
ସମ୍ମାନ ଓ ପୁରସ୍କାର
ବିଷୁବ ମିଳନ ପୁରସ୍କାର - ୧୯୭୯
ରାଜ୍ୟ ଶିକ୍ଷା ବିଭାଗ ପୁରସ୍କାର - ୧୯୫୯
ସାହିତ୍ୟ ଭାରତୀ ସମ୍ମାନ - ୨୦୦୯
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ପ୍ରବନ୍ଧ ଓ ସମାଲୋଚନା) - ୧୯୯୮ (ପ୍ରସଙ୍ଗ:ନାଟକ-ଏକାଙ୍କିକା)
0 Comments