ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି । ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି । ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜ ଓ ରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ
କବିତା ସଙ୍କଳନ
ଆତ୍ମନେପଦୀ (୧୯୬୫)
ମଧ୍ୟପଦଲୋପୀ (୧୯୭୦)
ନଈ ପହଁରା (୧୯୭୩)
ଅନ୍ଧ ମହୁମାଛି (୧୯୭୭)
ବଜ୍ରଯାନ (୧୯୮୧)
ଦ୍ୱା ସୂପର୍ଣ୍ଣା (୧୯୮୪)
ମଣିକର୍ଣ୍ଣିକା (୧୯୯୦)
ଅନ୍ୟତ୍ର (୧୯୯୪)
ଚରାଚର (୧୯୯୯)
ଉଜ୍ଜୟିନୀ (୨୦୦୫)
ମାତୃସ୍ପର୍ଶ (୨୦୦୯)
କାବ୍ୟ ସମ୍ଭାବର
ପୁନର୍ବସୁ
ଗଳ୍ପ ସଙ୍କଳନ
କଥା ଚାରିପଦ
ସମ୍ମାନ ଓ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ୱା ସୂପର୍ଣ୍ଣା ପାଇଁ)
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)
ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)
ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩
ବିଷୁବ ପୁରସ୍କାର, ୧୯୭୮
ଶାରଳା ସମ୍ମାନ
ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩
ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧