ପ୍ରତିଭା ଶତପଥୀ (ଜନ୍ମ ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।
ପ୍ରତିଭା ପିଲାବେଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ କବିତାରେ ପ୍ରେମ, ପ୍ରକୃତିର ସମାବେଶ ଦେଖାଯାଏ ।ତାଙ୍କର ପ୍ରଥମ କବିତା ପୁସ୍ତକ ଶେଷ ଜହ୍ନ ୧୯୬୨ମସିହାରେ ପ୍ରକାଶିତ ହୋଇଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଓଡ଼ିଆ ପତ୍ରିକା ଇସ୍ତାହାରର ସମ୍ପାଦକ ଥିଲେ । ବର୍ତ୍ତମାନ ସେ ଏକ ପାକ୍ଷିକ କବିତା ପତ୍ରିକା 'ଉଦ୍ଭାଷା'ର ସମ୍ପାଦକ ଅଛନ୍ତି ।
ପରିବାର
ପ୍ରତିଭା, ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କୁ ବିବାହ କରିଛନ୍ତି । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।
ସାହିତ୍ୟ କୃତି
କବିତାର ଉଦ୍ଭାସନ ଓ ନବ୍ୟାଲୋଚନା, ୨୦୧୫
କବିତା ସଙ୍କଳନ
କହି ନ ହେଲେ (୨୦୦୬)
ଅଧା ଅଧା ନକ୍ଷତ୍ର (୨୦୦୧)
ତନ୍ମୟ ଧୁଳି (୧୯୯୬)
ଶବରୀ (୧୯୯୧)
ମହାମେଘ (୧୯୮୮)
ନିମିଷେ ଅକ୍ଷର (୧୯୮୫)
ନିୟତ ବସୁଧା (୧୯୮୦)
ସାହାଡା ସୁନ୍ଦରୀ (୧୯୭୮)
ଗ୍ରସ୍ତ ସମୟ (୧୯୭୪)
ଅସ୍ତ ଜହ୍ନର ଏଲିଜି (୧୯୬୯)
ଶେଷ ଜହ୍ନ (୧୯୬୨)
ଆମ କବିତା (୧୯୬୨)
The Hidden Flower (Pearl Buck)ର ଅନୁବାଦ
Monograph of Kalhana, the twelfth-century poet-historianର ଅନୁବାଦ
ପୁରସ୍କାର ଓ ସମ୍ମାନ
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ତନ୍ମୟ ଧୁଳି, ୨୦୦୧)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନିମିଷେ ଅକ୍ଷର, ୧୯୮୬)
ଶାରଳା ପୁରସ୍କାର (ଶବରୀ, ୧୯୯୨)
ସାହିତ୍ୟ ଭାରତୀ ସମ୍ମାନ, ୨୦୧୩
ଉତ୍କଳ ସୂର୍ଯ୍ୟ ସମ୍ମାନ, ଏ.ଆର.ଏଫ (୨୦୦୮)
ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର (୨୦୦୭)
କବୟତ୍ରୀ ସୁଭଦ୍ରା କୁମାରୀ ଚୌହାନ ସାହିତ୍ୟ ସମ୍ମାନ, ରାଷ୍ଟ୍ରୀୟ ହିନ୍ଦୀ ଏକାଡେମୀ ଓ ରୁପାମ୍ବରା, କଲିକତା (୨୦୦୭)
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କବିତା ସମ୍ମାନ (୨୦୦୫)
ସେଲ (ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼) କବିତା ସମ୍ମାନ (୨୦୦୫)
ଜେ.କେ ପେପର ମିଲ୍ସ କବିତା ସମ୍ମାନ, ରାୟଗଡା (୨୦୦୫)
ଆର. ଜି. ଜାତୀୟ ସଦଭାବନା ପୁରସ୍କାର (୨୦୦୩)
କ୍ରିଟିକ ସର୍କଳ ଅଫ ଇଣ୍ଡିଆ ପୁରସ୍କାର (୧୯୯୬)
ବିଷୁବ ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି, (୧୯୮୧)
ଧରିତ୍ରୀ- ସମାଜବାଦୀ ସୋସାଇଟି କବିତା ସମ୍ମାନ (୧୯୮୫)
ପ୍ରଜାତନ୍ତ୍ର ତରୁଣ କବି ପୁରସ୍କାର (୧୯୬୨)
ଏନ. ଏନ. ତିରୁମାଲମ୍ବ ସମ୍ମାନ, କର୍ଣ୍ଣାଟକ (ଅଧା ଅଧା ନକ୍ଷତ୍ର)
ରାଷ୍ଟ୍ରୀୟ କବିର ସମ୍ମାନ, ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତି ବିଭାଗ(୨୦୧୪-୧୫)
0 Comments