ଶିଶୁପାଳଗଡ଼




ଭଗ୍ନାବଶେଷ

ଶିଶୁପାଳଗଡ଼ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ପୁରୁଣା ନଗରର ଭଗ୍ନାବଶେଷ । ଏହା ଭାରତର ସବୁଠାରୁ ବଡ଼ ଓ ଶ୍ରେଷ୍ଠ ପୁରାତନଓ ଐତିହାସିକ ଭଗ୍ନାବଶେଷ ।

ବିବରଣୀ

ଭୁବନେଶ୍ୱରର ଅନତି ଦୂରରେ ଏହି ଭଗ୍ନାବଶେଷ ଆବିଷ୍କାର କରାଯାଇଥିଲା । ଏହାର ନିର୍ମାଣ ଶୈଳୀ ଓ କଳାକୃତି ଦେଖି ଭୂତତ୍ୱବିଦମାନେ ଏହା ୨,୫୦୦ ବର୍ଷର ପୁରାତନ ବୋଲି କହିଥାନ୍ତି । ପୁରାତନ ଖନନରୁ ପ୍ରଫେସର ଲାଲ ସିଦ୍ଧାନ୍ତ ଦେଇଥିଲେ
ଯେ, ଏହି ଦୁର୍ଗ-ସହର ୩ୟ ଶତକରୁ ୪ର୍ଥ ଶତକ ମଧ୍ୟରେ ବିକାଶ ଲାଭ କରିଥିଲା । ନୂତନ ଅନୁଧ୍ୟାନରୁ ଶ୍ରୀମତି ସ୍ମିଥ ଓ ଶ୍ରୀ ମହାନ୍ତି
ଏହି ପୁରାତନ ନଗର ୫ମ ଶତକରେ ବିସ୍ତାରଲାଭ କରି ୪ର୍ଥ ଶତକ ଯାଏଁ ରହିଥିଲା ବୋଲି କହିଥାନ୍ତି । ଏହି ନଗରର ଜନସଂଖ୍ୟା ୨୦,୦୦୦ରୁ ୨୫,୦୦୦ ଭିତରେ ହୋଇଥାଇପାରେ । ଭୂତତ୍ୱବିଦ ଏଠାରେ ଭୂ-ଭୌତିକ ସର୍ବେକ୍ଷଣ କରି ଉପଯୁକ୍ତ ଭୂମି ସଙ୍ଗ୍ରହ ଓ ପାଖାପାଖି ୪.୮ କି.ମି. ପରିଧିରେ ଖନନ କରିଛନ୍ତି । ଏଠାକାର ମୁର୍ତ୍ତି ଆଦିର ସନ୍ଧାନ ନିମନ୍ତେ ପାଖାପାଖି ଘର ଆଦି ଓ ନିକଟରେ ଥିବା ଭୂଖନନ କରାଯାଇଛି । ପୁରାତନ ଏଥେନ୍ସ ସହରର ଲୋକସଂଖ୍ୟା ୧୦,୦୦୦ ସଂଖ୍ୟକ ହୋଇଥିବା ବେଳେ ଏହାର ଜନସଂଖ୍ୟା ୨୦,୦୦୦ ହେବା ପ୍ରାସଙ୍ଗିକ ଅଟେ । ମାତ୍ର କେତେକଙ୍କ ମତରେ ସମ୍ପୂର୍ଣ୍ଣ ଖନନ ହେବା ଆଗରୁ କୌଣସି ମତ ଦେବା ସମିଚୀନ ନୁହେଁ ।ବି.ବି. ବଳଙ୍କଦ୍ୱାରା ୧୯୪୮ ମସିହାରେ ଏହି ସ୍ଥଳୀର ପ୍ରଥମ ଖନନ ହୋଇଥିଲା । ୨୦୦୫ ମସିହାରେ ରାଡ଼ାରଦ୍ୱାରା ଦକ୍ଷିଣଦିଗରେ ଥିବା ଗଡ଼ଖାଇର ସମ୍ଭାବ୍ୟ ସ୍ଥାନ ନିରୁପିତ ହୋଇଥିଲା । ଏହି ଦୂର୍ଗର କ୍ଷେତ୍ରଫଳ ଜଉଗଡ଼ର ଦୁର୍ଗ ଅପେକ୍ଷା ଅଧିକ ଅଟେ । ଏହି ଦୂର୍ଗର ସୁରକ୍ଷା ବ୍ୟବସ୍ଥା ସେ ସମୟର ଭାରତରେ ସର୍ବାଧିକ ବୋଲି କୁହାଯାଏ ।