ରାଇବଣିଆ ଦୁର୍ଗ


ରାଇବଣିଆ ଦୁର୍ଗ ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ମିତ ଓଡ଼ିଶାର ବାଲେଶ୍ୱରର ଲକ୍ଷ୍ମଣନାଥଠାରେ ଥିବା ଏକ ପୁରାତନ ଓ ଐତିହାସିକ ଦୁର୍ଗ । ଏହା ଓଡ଼ିଶାର ବୌଦ୍ଧବାଦର କାଳରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ଗଢ଼ାଯାଇଥିଲା । ଏଠାରେ ୧୬୧ ଗୋଟି ଦେବୀ ମୂର୍ତ୍ତି ରହିଛି ଯେଉଁ ସବୁ ଦୁର୍ଗା ଦେବତା ବା ଇଷ୍ଟଦେବତା ତଥା ଦଶାଶରୁ ମୂର୍ତ୍ତି ଯାହା ଦେବୀ ଜୟଚଣ୍ଡୀଙ୍କ ସାଙ୍କେତିକ ରୂପ ଭାବରେ ଚିହ୍ନିତ । ଯଦିଓ ଆଇନ-ଇ-ଆକବରିରେ ତିନୋଟି ଦୁର୍ଗ ବାବଦରେ ଲିପିବଦ୍ଧ ହୋଇଛି  ଏଠାରେ ୪ ଗୋଟି ଦୁର୍ଗ ରହିଛି, ବଡ଼ ଦୁଇଟି ରାଇବଣିଆ ଗାଁ ନିକଟରେ ରହିଥିବା ବେଳେ ବାକି ଦୁଇଟି ଛୋଟ ଦୁର୍ଗ ଫୁଲଟା (ଫୁଲହତା) ପାଖରେ ରହିଛି ।  ବାଲେଶ୍ୱର ଗାଜେଟିଅର ଅନୁସାରେ କଳାପାହାଡ଼ ଉତ୍କଳ ଆକ୍ରମଣ କରିବା କାଳରେ ଏହା ଭାଙ୍ଗିଦିଆଯାଇଥିଲା । ଭଙ୍ଗା ଦୁର୍ଗର ଅବଶେଷ ସ୍ଥାନୀୟ ଜମିଦାର ଓ ଗାଁ ଲୋକଙ୍କ ଘର ତୋଳାରେ ବ୍ୟବହାର ହୋଇଥିଲା ।

ଅବସ୍ଥାନ

ରାଇବଣିଆ ଦୁର୍ଗ ସମୂହ ହାତୀଗଡ ନିକଟରେ ଅବସ୍ଥିତ ଯାହା ଜଳେଶ୍ୱର ଠାରୁ ୯ ମାଇଲ (୧୪ କି.ମି.) ଦୁଋଅରେ ଅବସ୍ଥିତ ଓ ସୁବର୍ଣ୍ଣରେଖା ନଦୀ ଠାରୁ ୨ ମାଇଲ (୩.୨ କି.ମି.) ଦୂରରେ ଅବସ୍ଥିତ ।

ଇତିହାସ

ଉତ୍କଳର ଗଙ୍ଗ ବଂଶର ଶାସକ ଲାଙ୍ଗୁଳା ନରସିଂହ ଦେବ, ବାହାମଣିର ଶାସକ ହୁମାୟୁଁ ଶାହଙ୍କ ବିରୋଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ପଥରେ ଓଡ଼ିଶା ଓ ବଙ୍ଗର ସୀମାନ୍ତରେ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶତ୍ରୁ ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ଦୁର୍ଗର ନିର୍ମାଣ କରିଥିଲେ ।

ବିଶେଷତା

ଏହା ସେତେବେଳେ ଓଡ଼ିଶା-ବଙ୍ଗ ପ୍ରବେଶ ଦୁଆର ଭାବରେ ବ୍ୟବହାର କରାଯାଉ ଥିଲା । ଏହି ଦୁର୍ଗର ଚାରିପାଖର ମାଙ୍କଡ଼ା ପଥରରେ ତିଆରି ଚାରିକୋଶ ବ୍ୟାପୀ ଗଡ଼ଦେଇ ବେଢ଼ା । ଗଡ଼ର ପରିଖା ଅତି ବଡ଼ ଓ ଗଭୀର ଥିଲା । ତାହାର ଚାରିପାଖରେ ସୈନ୍ୟ ସାମନ୍ତ ଓ ଅସ୍ତ୍ରଶସ୍ତ୍ର ରହୁଥିଲା । ଏହି ଦୁର୍ଗର ବର୍ଣ୍ଣନା ଆଇନ-ଇ-ଆକବରୀ ପୋଥିରେ ମଧ୍ୟ କରାଯାଇଅଛି ।

ଗମନାଗମନ

ଏହା ଲକ୍ଷ୍ମଣନାଥ ରେଳ ଷ୍ଟେସନ ଠାରୁ ସଡ଼କ ପଥରେ ୧୮ କି.ମି. ଦୂରରେ ଅବସ୍ଥିତ । ରେଳପଥରେ ଏହା ଜଳେଶ୍ୱର ଠାରୁ ୨୫ କି.ମି. ଓ ବାଲେଶ୍ୱର ଠାରୁ ୭୫କି.ମି. ଦୂରରେ ସୁବର୍ଣ୍ଣରେଖା ନଦୀର ପଶ୍ଚିମ ପାଖରେ ଅବସ୍ଥିତ । ଏଠାରେ କୌଣସି ଡାକବଙ୍ଗଳା ନଥିଲେ ହେଁ ୨୫ କି.ମି. ଦୂର ଜଳେଶ୍ୱରଠାରେ ଦୂରଗାମୀ ଯାତ୍ରୀ ମାନେ ରହି ପାରିବେ ।

ସାହିତ୍ୟରେ

ଫକିର ମୋହନଙ୍କ ଲିଖିତ ଲଛମା ଉପନ୍ୟାସ ଏହି ରାଇବଣିଆ ଦୁର୍ଗ ଉପରେ ପର୍ଯ୍ୟବେଶିତ ।