ସ୍ନାୟୁବାତ
ପକ୍ଷାଘାତ, ଧନୁଷ୍ଟଙ୍କାର, ଶରୀରର କୌଣସି ସ୍ଥାନ ଧକ୍ ଧକ୍ ହେବା, ହାତଗୋଡ଼ର କୌଣସି ସ୍ଥାନ ଟାଣି ଧରିବା, ମୁଖ ମଣ୍ଡଳର ଗୋଟିଏ ପଟ ବଙ୍କା ହୋଇଯିବା, ଜିହ୍ୱାର ଜଡ଼ତା ଆଦି ସ୍ନାୟୁବାତ ରୋଗ ଅନ୍ତର୍ଗତ । ସାଧାରଣତଃ ୪୦ ପ୍ରକାର ସ୍ନାୟୁବାତ ଜନୀତ ରୋଗ ରହିଛି । ଏହି ଭଳି କୌଣସି ରୋଗ ହେଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ଚିକିତ୍ସା କରିବା ସହ ରୋଗୀକୁ ପଥିରେ ରଖିଲେ ରୋଗ ଶୀଘ୍ର ଆରୋଗ୍ୟ ହୁଏ ।
ସ୍ଵାଦୁ, ଅମ୍ଳ ଓ ଲବଣ ଯୁକ୍ତ ସିଟୁ ଆହାର କରିବା ସହ ନିୟମିତ ତୈଳ ମର୍ଦ୍ଦନ କରିବା ଆବଶ୍ୟକ । ଶରୀରରେ ଖସା (ରାଶି, ତିଳ) ତେଲ ଲଗାଇଲେ ଉପକାର ମିଳେ । ଉପବାସ ରହିବା କ୍ଷତିକର । ଦୁଧ ଓ ଘିଅ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ ।
ଦୁଧରେ ଶତମୂଳୀ, ଭୁଇଁକଖାରୁ ପକାଇ ସିଝାଇ, ଛାଣି ଦୁଧକୁ ପିଇଲେ ଉପକାର ମିଳେ ।
ପୁରୁଣା ଚାଉଳ ଭାତ, ରୋହି, ମାଗୁର, ଶିଙ୍ଗୀ, କଉ, ପବତା ଓ ମହୁରାଳି ମାଛ ଖାଇଲେ ଉପକାର ମିଳେ । ମାଂସରସ ଓ ହଜମ ଶକ୍ତି ଅନୁସାରେ ବିରିଡ଼ାଲି ସବୁଠାରୁ ଉତ୍ତମ ପଥ କୋଳଥ ଡାଲି ପାଣି ରୋଗୀକୁ ଦିଆଯାଇପାରେ ।
ପୋଟଳ, ମାଣସାରୁ, ବୋଇତି କଖାରୁ, ଛଚିନ୍ଦ୍ରା, ବାଇଗଣ, ପଣସକଠା, ସଜନା ଶାଗ ଓ ଛୁଇଁ, ନିମ୍ବପତ୍ର, ପୋଟଳ ପତ୍ର, ଆଳୁ ଆଦି ପନିପରିବା ଖାଇବା ପ୍ରଶସ୍ତ । ଯେତେକମ ପରିମାଣ ତେନ୍ତୁଳି ଓ କାଞ୍ଜି ଖାଇବ ସେତେ ଭଲ ।
ଜଳଖିଆ ଭାବେ ସମସ୍ତ ପ୍ରକାର ଫଳ, ଲହୁଣୀ, ଦହି, ଲୁଚି, ଘୋଳଦହି, ମୋହନ ଭୋଗ, ମିଷ୍ଟାନ୍ତି ଆଦି ଖାଇ ପାରିବ ।ପ୍ରତିଦିନ ରାଶିତେଲ ଲଗାଇ ଗାଧୋଇବ ଓ ଅଳ୍ପ ସମୟପାଇଁ ଖରାରେ ବସିବ । ଏହାଦ୍ଵାରା ଉପକାର ମିଳେ ।
ପକ୍ଷାଘାତ ରୋଗୀ ଯେତେକମ୍ ଗାଧୋଇବ ସେତେ ଭଲ ତେବେ ପ୍ରତିଦିନ । ଗରମ ପାଣିରେ ପୋଛାପୋଛି କରିଦେବା ଭଲ । ମଝିରେ ମଝିରେ ବାଷ୍ପ ସ୍ନାନ କରାଇବା ଉଚିତ ।
ଅପଥ୍ୟ :
ମୁଗ ଓ ବୁଟ ଡାଲି, ଯଅ, ଶିମ୍ବ, ବଡ଼ି, କଲରା, ଅଧିକ କଷା ତିକ୍ତ- ରାଗ ଖାଦ୍ୟ, ଲାଉ, କଖାରୁ, ଶାଗ, ଜାମୁ, ତାଳସଜ, ଗୁଆ, (ପାନ ଖାଉଥିଲେ ଗୁଆ ନଦେଇ ଖାଇବ) । ଚିନ୍ତା, ଶୋକ, କ୍ରୋଧ, ମଦ, ରାତ୍ରିଜାଗରଣ, ଅଧିକ ପରିଶ୍ରମ, ମୈଥୁନ ତ୍ୟାଗ କରିବ ।

0 Comments