ବିଷମ ଓ ପୁରାତନ ଜ୍ୱର

ବେଳେ ବେଳେ ଜ୍ଵର ହୋଇ ଛାଡ଼ିଯାଏ । କିନ୍ତୁ ଶରୀରରୁ ଜ୍ଵରର ବିଷ ବା ଦୋଷ ସଂପୂର୍ଣ୍ଣ ଯାଇନଥାଏ । ଫଳରେ କିଛିଦିନପରେ ଅନୁକୂଳ ପରିସ୍ଥିତି ସୃଷ୍ଟିହେଲେ ପୁଣି ଜ୍ୱର ହୁଏ । ଆଉ ସହଜରେ ଛାଡ଼େ ନାହିଁ । ଏହିଭଳି ଜ୍ଵରକୁ ପୁରାତନ ଜ୍ଵର ବା ବିଷମଜ୍ଵର କୁହାଯାଏ । ପ୍ରଥମ ଥରର ଜ୍ଵରପାଇଁ ଦିଆଯାଉଥିବା ଔଷଧ ଅଧାରୁ ବନ୍ଦ କରିବା, ଜ୍ଵର ଛାଡ଼ିବାପରେ ଆହାର-ବିହାରରେ ଅନୀୟମିତତା କିମ୍ବା ବିପରୀତ ଓ ବିରୁଦ୍ଧ ଖାଦ୍ୟ ଖାଇବା ହେତୁ ଏପରି ହୁଏ ।

ପୁରାତନ ଜ୍ଵର ପୁଣିଥରେ ହେଲେ ପ୍ରଥମେ ଖାଦ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ରୋଗୀ ଉପବାସ ରହିବା କିମ୍ବା ଅତି ଲଘୁପାକ ଖାଦ୍ୟ ଖାଇବା ଉଚିତ । ଦିନବେଳେ ଜ୍ଵର ନଥିବା ସମୟରେ ଅଳ୍ପ ଭାତ ଦିଆଯାଇପାରେ । ମାତ୍ର ରାତିରେ ଭାତ ଆଦୌ ନ ଦେବା ଉଚିତ । ଭୋକ ଅନୁସାରେ ସେକା ପାଉଁରୁଟି, ରୁଟି, ସାଗୁଁ, ଖଇ ଆଦି ଦିଆଯାଇପାରେ । ଯକୃତ କିମ୍ବା ୟିହା ବୃଦ୍ଧି ହୋଇଥିଲେ ତେଲ, ଘିଅ ଆଦୌ ନ ଦେଇ ଅଳ୍ପ ଦୁଧ ଦିଆଯାଇପାରେ ।

ନିମପତ୍ର, ବାଇଗଣ, ପୋଟଳ, କାଙ୍କଡ଼, କଲରା, କଞ୍ଚା କଦଳୀ, କଷି ମୂଳା, ସଜନା ଛୁଇଁ ଆଦି ପରିବା ପକାଇ ଝୋଳ, କୁକୁଡ଼ା ଝୋଳ, ଲେମ୍ବୁ ଆଦି ରୋଗୀକୁ ଖାଇବାକୁ ଦେବା ଉଚିତ ।