ନଟରାଜ ବେହେରା



ନଟରାଜ ବେହେରା (ଜନ୍ମ: ୨୮ ମଇ ୧୯୮୮) ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଅଟନ୍ତି । ସେ ଡାହାଣହାତି ବ୍ୟଟ୍ସମ୍ୟାନ ଅଟନ୍ତି । ୨୦୦୭ ମସିହାରୁ ସେ ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିଲେ ମଧ୍ୟ, ନିଜ ପ୍ରଥମ ମ୍ୟାଚ ଖେଳିଥିଲେ ୨୦୦୮ ମସିହାରେ ଗୁଜରାଟ ବିପକ୍ଷରେ । ତାଙ୍କ ନେତୃତ୍ୱ ବଳରେ ପୂର୍ବ ଜୋନ ୨୦୧୧-୨୦୧୨ରେ ମଧ୍ୟ ଜୋନକୁ ହରାଇ ଦୁଲିପ ଟ୍ରଫି ଜିତିଥିଲା । ପର ବର୍ଷ ମଧ୍ୟ ପୂର୍ବ ଜୋନ,ପଶ୍ଚିମ ଜୋନକୁ ହରାଇ ଦ୍ୱିତୀୟ ଥର ପାଇଁ ଦୁଲିପ ଟ୍ରଫି ହାତେଇ ପାରିଥିଲା । ସେ ୨୦୦୯ରେ କଲିକତା ନାଇଟ ରାଇଡ଼ର ଦଳର ସେ ସଦସ୍ୟ ଥିଲେ । ଓପିଏଲ ପ୍ରଥମ ସଂସ୍କରଣରେ ୱେଷ୍ଟର୍ନ ସମରେଶ ରାଉରକେଲା ଦଳର ଅଧିନାୟକ ମଧ୍ୟ ଥିଲେ । ୨୦୧୩ରେ ହୋଇଥିବା ଓପିଏଲର ଦ୍ୱିତୀୟ ସଂସ୍କରଣରେ ସେ ବୈତରଣୀ ଦଳ ପକ୍ଷରୁ ଖେଳିଥିଲେ । ୨୦୧୫-୧୬ ସିଜନରେ ହରିୟାଣା ବିପକ୍ଷରେ ୨୫୫ ରନର ଇନିଂସ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୩୦୩୧ ରନ ସଂଗ୍ରହ କରିଥିଲେ ।ସେହିପରେ ୩୭ଟି ଲିଷ୍ଟ ଏ ମ୍ୟାଚରୁ ସେ ୨୭.୬୨ ହାରରେ ୯୬୭ ରନ ଓ ୧୬ଟି ଟି୨୦ ମ୍ୟାଚରୁ ୧୭.୪୦ ହାରରେ ୨୬୧ ରନ ହାସଲ କରିଥିଲେ । ୨୦୧୯ ଅକ୍ଟୋବର ମାସରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ ।

ବ୍ୟକ୍ତିଗତ ଜୀବନ
୧୫ ମଇ ୨୦୧୯ ମସିହାରେ ନଟରାଜ ସଫ୍ଟୱେର ଇଞ୍ଜିନିୟର ଶୁଭଲକ୍ଷ୍ମୀ ଶତପଥୀଙ୍କୁ ବେଙ୍ଗାଳୁରୁଠାରେ ବିବାହ କରିଥିଲେ ।