ସାନଘାଗରା ଜଳପ୍ରପାତ
ଅବସ୍ଥାନ- କେନ୍ଦୁଝର ଜିଲ୍ଲା, ଓଡ଼ିଶା, ଭାରତ
ଉଚ୍ଚତା- ୩୦.୫ metres (୧୦୦ ft)
ଖାଲମାନଙ୍କ ସଂଖ୍ୟା- ୨
ଝରଣା- ମାଛ କାନ୍ଦଣା
ସାନଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସୁନ୍ଦର ପ୍ରାକୃତିକ ଜଳପ୍ରପାତ ।
ଅବସ୍ଥିତି
ସାନଘାଗରା, ଜିଲ୍ଲାର ସଦରମହକୁମା କେନ୍ଦୁଝର ଠାରୁ ୬ କି.ମି. ଦୂରରେ ଅବସ୍ଥିତ ଓ ବଡ଼ଘାଗରା ଜଳପ୍ରପାତ ଠାରୁ ୩ କି.ମି. ଦୂରରେ ଅବସ୍ଥିତ ।
ଆକର୍ଷଣ
ସାନଘାଗରା ଏକ ଚିରସ୍ରୋତା ଜଳପ୍ରପାତ । ଏହା ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାନ୍ଦଣା ମଧ୍ୟରେ ଅବସ୍ଥିତ । ଏହି ସ୍ଥାନରେ ଜଳସ୍ରୋତଟି ହାରାହାରି ୧୦୦ଫୁଟ ଉଚ୍ଚତାରୁ ନିମ୍ନକୁ ଗତିକରିଛି । ୪୮୮ ହେକ୍ଟର ଆୟତନ ବିଶିଷ୍ଟ ଏହି ସ୍ଥାନଟି ଏକ ଜଣାଶୁଣା ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ଶାଳଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନକୁ ବର୍ଷସାରା ସହସ୍ରାଧିକ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇ ନୌ-ବିହାରର ବ୍ୟବସ୍ଥା କରାଯାଇଛି ।
0 Comments