ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ

ଅବସ୍ଥାନ          କଳାହାଣ୍ଡି ଜିଲ୍ଲାଓଡ଼ିଶାଭାରତ
ପ୍ରକାର  ଘୋଡା ଲାଞ୍ଜ ପରି
ଉଚ୍ଚତା   ୨୪୪ ମି
ଝରଣା  କୋରାପାଣି ନାଳ

ଡୋକ୍ରିଚଞ୍ଚଡ଼ା କଳାହାଣ୍ଡି ଜିଲ୍ଲାରେ ଥିବା ଏକ ଜଳପ୍ରପାତ । ଏହା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଦୁଦକଠେଙ୍ଗା ଗାଁରେ ଅବସ୍ଥିତ । ଏଠାରେ ଆଗ୍ନେୟଗିରି ଉଦ୍ଗୀରଣ ଫଳରେ ପ୍ରାକୃତିକ ଗୁମ୍ଫା ତିଆରି ହୋଇ ପରେ ଜଳପ୍ରପାତ ସୃଷ୍ଟି ହୋଇଛି । ଜଳପ୍ରପାତକୁ ଲାଗିଥିବା ଡୋକ୍ରିଚଞ୍ଚଡ଼ା ଅଞ୍ଚଳ ଅଧୀନରେ ଥିବା ଅମ୍ପାନିଟେମରାକଭଦଳଡାବ୍ରିଗଡ଼ପୋଢ଼ାଗୁଡ଼ାକୁତ୍ରୁଘଣ୍ଟିଗୁଡ଼ାସିଉଣି ଓ ବିରିମାଲ ଆଦି ଅଞ୍ଚଳରେ କନ୍ଧଗଣ୍ଡପରଜାଭାଟରାଗଢ଼ବା ଓ ସଉରା (ଶବର) ଆଦି ଅଦିମ ଜନଜାତି ବାସ କରିଥାନ୍ତି । ଏହି ଜଳପ୍ରପାତକୁ ଲାଗି ଘନ ବନାନୀ ବେଢ଼ି ରହିଛି । ଏକ କିଲୋମିଟର ବ୍ୟାପୀ ଏକ ଗ୍ରାନାଇଟର ଚଟାଣ ଉପରେ ଏହି ଜଳପ୍ରପାତ ବ‌ହିଛି ।