ଖଣ୍ଡାଧାର ଜଳପ୍ରପାତ
ଖଣ୍ଡାଧାର ଜଳପ୍ରପାତ ସୁନ୍ଦରଗଡ଼ ଜିଲାରେ ଥିବା ଓଡ଼ିଶାର ସବୁଠୁ ବଡ଼ ଜଳପ୍ରପାତ ।
ଏହାର ଉଚ୍ଚତା ହାରାହାରି ୮୦୦ ଫୁଟ(୨୪୪ ମିଟର) ଏବଂ ଏହା ରାଉରକେଲାରୁ ୯୦ କିଲୋମିଟର ଦୂରତାରେ ଅବସ୍ଥିତ ।ଏହାକୁ ଭାରତର ଚତୁର୍ଥ ଉଛତମ ଜଳପ୍ରପାତ ବୋଲି ମଧ୍ୟ କୁହା ଯାଏ ।
କିମ୍ବଦନ୍ତୀ
ଲୋକକଥା ଅନୁଯାୟୀ, ସୁନ୍ଦରଗଡ଼ ପାହାଡିଆ ଅଞ୍ଚଳରେ ଠାକୁରାଣୀ "କଙ୍କାଳ ଦେବୀ" ବାସ କରୁଥିଲେ । ବଡ଼ ବଡ଼ ଗଛ, ପଥର, ମାଟି ଯାହା ପାଉଥିଲେ, ସେ ଖାଇ ଯାଉଥିଲେ । ଏତଦ୍ୱାରା, ସେ ଅଞ୍ଚଳର ଅଧିବାସୀ "ପାହାଡି ଭୂୟାଁ" ଜନଜାତିର ଲୋକମାନେ ଅତିଷ୍ଟ ହୋଇ ପଡିଥିଲେ । ସେମାନେ, ଠାକୁରାଣୀଙ୍କୁ ନେଇ ଏକ ବଡ଼ ଶିଳା ଉପରେ ରଖିଲେ । ସେହି ଶିଳାକୁ ଠାକୁରାଣୀ ମଝିରୁ ଖାଇଦେବାରୁ ଏକ ଗାତ ସୃଷ୍ଟି ହୋଇ, ପାହାଡ଼ ତଳକୁ ପାଣି ବୋହିବାକୁ ଲାଗିଲା । ପ୍ରାୟ ୮୦୦ଫୁଟ ଉପରୁ ତଳକୁ ପଡୁଥିବା ପାଣି ଠିକ ଏକ ଖଣ୍ଡାର ଧାର ଭଳି ଦେଖାଯାଏ । ତେଣୁ, ଏହି ଜଳପ୍ରପାତର ନାମ "ଖଣ୍ଡାଧାର" ରହିଛି । ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ "କୋରାପାଣି ନାଳ" । ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଏ ।
ଗମନାଗମନ ବ୍ୟବସ୍ଥା
ଖଣ୍ଡାଧାର ପହଞ୍ଚିବାକୁ ହେଲେ ପ୍ରଥମେ ରାଉରକେଲା ଯାଇ ସେଠାରୁ ଜାତୀୟ ରାଜପଥ ୨୩ରେ ଲହୁଣିପଦା ଯାଏ ଯିବାକୁ ହେବ । ସେଠାରୁ ଦହନକୁ ଲାଳେଇ ଛକ ଯାଏ ଯାଇ ବାମ ପାର୍ଶ୍ୱ ରାସ୍ତାରେ ଗଲେ ଖଣ୍ଡାଧାର ପଡିବ । ଲହୁଣିପଦାରୁ ଯାଇଥିବା ରାସ୍ତା କେବଳ ଗ୍ରୀଷ୍ମକାଳୀନ ରାସ୍ତା । ଏହା ପୁକ୍କ ରାସ୍ତା ନୁହେ ।
ଅନିୟନ୍ତ୍ରୀତ ଖଣି ଖନନ, ଖଣ୍ଡାଧାର ଜଳପ୍ରପାତ ପ୍ରତି ବିପଦ ସୃଷ୍ଟି କରୁଛି ।
0 Comments