ବସନ୍ତ ମହାନ୍ତି



ବସନ୍ତ ମହାନ୍ତି(୨୪ ନଭେମ୍ବର ୧୯୮୬) ଜଣେ ଭାରତୀୟ କ୍ରିକେଟ ଖେଳାଳି ଯିଏ ଓଡ଼ିଶା ପାଇଁ ରଣଜୀ ଖେଳନ୍ତି । ସେ ଜଣେ ଡାହାଣହାତୀ ମଧ୍ୟମ ଗତି ବୋଲର । ଦୁଲିପ ଟ୍ରଫିରେ ପୂର୍ବ ଜୋନରୁ ପ୍ରତିନିଧିତ୍ୱ କରନ୍ତି । ପ୍ରଥମ ଓପିଏଲ ସଂସ୍କରଣରେ ସେ ୱେଷ୍ଟର୍ନ ସମୁରାଇ ରାଉରକେଲା ତରଫରୁ ଓ ଦ୍ୱିତୀୟ ସଂସ୍କରଣରେ ସୁବର୍ନରେଖା ଦଳ ତରଫରୁ ଖେଳିଥିଲେ । ନିଜର ଉତ୍ତମ ପ୍ରଦର୍ଶନ ବଳରେ ସେ ଭାରତ ପାଇଁ ଖେଳି ୨ଟି ୱିକେଟ ଅକ୍ତିଆର କରିଥିଲେ ।