କୋରାଖଇ




ଅଲଗା ନାଆଁ ମୁଆଁ
ମୂଳ ଜାଗା ଭାରତ
ଅଞ୍ଚଳ ଭୁବନେଶ୍ୱର, ଓଡ଼ିଶା
ବାଢ଼ିବାର ତାତି ମନ୍ଦିର ଭୋଗ
ମୂଳ ଉପାଦାନ ଖଇ, ଗୁଡ଼, ନଡ଼ିଆ, ଗୁଜୁରାତି ଅଳେଇଚ

କୋରାଖଇ ଏକ ଓଡ଼ିଆ ଖାଦ୍ୟ ଯାହା ଖଇ, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏହି ଖାଦ୍ୟ ପାଇଁ ଜଣାଶୁଣା । ଓଡ଼ିଶାର ମନ୍ଦିରମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।

ଉପାଦାନ
ଖଇ
ଗୁଡ଼ ବା ଚିନି
ନଡ଼ିଆ
ଗୁଜୁରାତି ଅଳେଇଚ

ତିଆରି ପ୍ରଣାଳୀ
ରାସେଣି/ସିରା ତିଆରି:
ଏଥି ପାଇଁ ଗୁଡ଼ ବା ଚିନିକୁ ଗରମ ପାଣିରେ ମିଳାଇ ବହଳିଆ ରାସେଣି ତିଆରି କରାଯାଇଥାଏ । ସେଥିରେ ଗୁଜୁରାତି ଅଳେଇଚ ଓ ଖଣ୍ଡ ନଡ଼ିଆ ମିଶାଯାଇଥାଏ ।
କୋରା ତିଆରି:
କୋରା ବା କୋରାଖଇ ପାଇଁ ଏହି ରାସେଣିରେ ଖଇ ଗୋଳାଇ ଘଣ୍ଟାଯାଇଥାଏ ଯେମିତି ଏହା ସବୁ ଖଇ ସହ ଭଲଭାବରେ ଲାଗିଯିବ । ଏହା ପରେ ଏହି ଉଖୁଡ଼ାକୁ ହାତରେ ବା ଏକ ପାତ୍ର ସାହାଯ୍ୟରେ ଚାପି ବଡ଼ ବଡ଼ ଖଣ୍ଡ ତିଆରି କରାଯାଇଥାଏ ।