ଅଟ୍ରି ଉଷ୍ମପ୍ରସ୍ରବଣ



ଅଟ୍ରି ଓଡ଼ିଶାର ଖୋର୍ଦ୍ଧାଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ । ଖୋର୍ଦ୍ଧା ଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ନିକଟତର ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ।

ପରମ୍ପରା

 ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳା ଗୁଆ ଖୋଜିଥାନ୍ତି | ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି |