ଦାମୋଦର ହୋତା
ପଦ୍ମକେଶରୀ
ଜନ୍ମ ଓ ଜନ୍ମସ୍ଥାନ ୧୯୩୫
ପୁରୀ
ଜାତୀୟତା ଭାରତୀୟ
ପ୍ରସିଦ୍ଧି ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ସଙ୍ଗୀତ ବିଶାରଦ ତଥା ଗୁରୁ
ଶୈଳୀ ଓଡ଼ିଶୀ ସଙ୍ଗୀତ
ବାପା ବୋଉ
ଗୋପୀନାଥ ହୋତା
ଦଣ୍ଡିମଣି ଦେବୀ
ଦାମୋଦାର ହୋତା (ଜନ୍ମ : ୧୯୩୫) ଜଣେ ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟକ ଏବଂ ଗବେଷକ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ । ତାଙ୍କୁ ପଦ୍ମକେଶରୀ ଉପାଧିରେ ଭୂଷିତ କରାଯାଇଛି । ସେ ବର୍ତ୍ତମାନ ଶିକ୍ଷାଦାନ, ଗବେଷଣା ଓ ଲେଖନୀ ଚାଳନାରେ ଲିପ୍ତ ଅଛନ୍ତି ।
ଜୀବନୀ
ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଆର୍ଥିକ ସହାୟତା ଲାଭକରି ସେ ପଣ୍ଡିତ ଓଁକାର ନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟଭଟ୍ଟଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟଳୟରୁ ସେ ଡକ୍ଟରେଟ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ତଥା ବାହାରେ ପଣ୍ଡିତ ହୋତା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗବେଷକ, ବିଶେଷ କରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗବେଷକ ଭାବରେ ବେଶ ଆଦୃତ । ତାଙ୍କଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।
ଉଡ୍ର ପଦ୍ଧତୀୟ ସଙ୍ଗୀତ
ପଣ୍ଡିତ ହୋତା ଅଧୁନା କଥିତ 'ଓଡ଼ିଶୀ ସଙ୍ଗୀତ' ସ୍ଥଳରେ 'ଉଡ୍ର ପଦ୍ଧତୀୟ ସଙ୍ଗୀତ' ଭାବେ ବୋଲନ୍ତି । ପଣ୍ଡିତ ହୋତାଙ୍କ ମତରେ ଶାସ୍ତ୍ର ଆଧାରରେ ଓ ପରମ୍ପରାକୁ ନେଇ ପରିବେଷିତ ଉନ୍ନତ ଗବେଷଣା ସମୃଦ୍ଧ ସଙ୍ଗୀତ ଧାରା 'ଉଡ୍ର ପଦ୍ଧତୀୟ ସଙ୍ଗୀତ' ଭାବରେ ଜଣା ।
ରଚନାବଳୀ
ହିନ୍ଦୁସ୍ତାନୀ ସଂଗୀତ ଲହରୀ- ୪ ଭାଗ
ସଂଗୀତ ଶାସ୍ତ୍ର- ୧ମ ଭାଗ
ଭାରତୀୟ ସଂଗୀତର ଇତିହାସ- ୧ମ ଭାଗ
ଉଡ଼୍ରପଦ୍ଧତୀୟ ମେଳ, ରାଗ, ତାଳ ଓ ପ୍ରବନ୍ଧ ଲକ୍ଷଣ
ଲକ୍ଷଣା ଓ ସ୍ୱରମାଳିକା ଲହରୀ ୧ମ ଭାଗ
ଉଡ଼୍ରପଦ୍ଧତୀୟ ଶିଶୁ ସଂଗୀତ ଲହରୀ-୧ମ ଭାଗ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲହରୀ
ଶ୍ରୀମନ୍ଦିର ସଂଗୀତମାଳା -୨ ଭାଗ (ସହ-ଲେଖକ)
ପାରମ୍ପରିକ ଓଡ଼ିଶୀ ସଂଗୀତ- ୧ମ ଭାଗ
ଉଡ଼୍ରପଦ୍ଧତୀୟ ସଂଗୀତ- ୭ ଭାଗ
ଅଡ଼ିଓ ସିଡ଼ି (ଉଉଡ଼୍ରପଦ୍ଧତୀୟ ସଂଗୀତ) - ୧ମ ଓ ୨ୟ ଭାଗ
ସମ୍ମାନ ଓ ପୁରସ୍କାର
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୧୩
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ
ଶାରଳା ପୁରସ୍କାର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ
ସଙ୍ଗୀତ ଜ୍ୟୋତି ସମ୍ମାନ
ଜୟଦେବ ସମ୍ମାନ

0 Comments