ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।୨୦୧୬ ମସିହା ଜୁନ ୨୫ ତାରିଖରେ ସାହୁଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା |
ପ୍ରାରମ୍ଭିକ ଜୀବନ
ମହାପାତ୍ର ନୀଳମଣି ସାହୁ ଡିସେମ୍ବର ୨୨, ୧୯୨୬ରେ ଓଡ଼ିଶାର କଟକର ନିଆଳିଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମହେଶ୍ୱର ମହାପାତ୍ର ଓ ମାତା ରଙ୍ଗଲତା ଦେବୀ ।
ଶିକ୍ଷାଗତ ଜୀବନ
ସେ ନୀଳମଣି ନିଆଳି ମାଇନର ସ୍କୁଲ ଏବଂ ବିଞ୍ଝାରପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରି ଥିଲେ ।
ବୃତ୍ତିଗତ ଜୀବନ
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଲାଇବ୍ରେରିଆନ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ସେ ଶିକ୍ଷାଦାନ କରି ବି.ଜେ.ବି ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ୧୯୮୪ ମସିହାରେ ସେବାନିବୃତ ହୋଇଥିଲେ ।
ରଚନାବଳୀ
ସ୍ୱାଧୀନତା ପରର ଓଡ଼ିଆ ସାହିତ୍ୟରେ ନୀଳମଣି ଜଣେ ଜଣାଶୁଣା କଥାକାର । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ନିଜ ଅବଦାନ ଛାଡି ଯାଇଛନ୍ତି । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଲଳିତ କଥନ, ଅନୁବାଦ, ଶିଶୁ ସାହିତ୍ୟ ଓ ଉପନ୍ୟାସ ଆଦି ରଚନା କରିଥିଲେ । ତାଙ୍କର ଷାଠିଏରୁ ଅଧିକ ବହି ପ୍ରକାଶ ପାଇଥିଲା । ତାଙ୍କ ରଚନାରେ ହାସ୍ୟରସ ଭରା ଲେଖା ଅନେକ ରହିଅଛି । "ଡହରାନନ୍ଦ" ନାମ ବ୍ୟବହାର କରି, ସେ ବହୁ ବ୍ୟଙ୍ଗ ରଚନା କରିଥିଲେ । ସମ୍ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ ଓ ସେହି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ୧୦ରୁ ଅଧିକ ସାହିତ୍ୟ ପତ୍ରିକା ଓ ଅନୁଷ୍ଠାନ ତାଙ୍କର ପୃଷ୍ଟପୋଷକତାରେ ଗଢିଉଠିଥିଲା । ଜଣେ ବାଗ୍ମୀ ଓ ସୁବକ୍ତା ଭାବରେ ମଧ୍ୟ ସେ ସାରା ଭାରତରେ ପରିଚିତ ଥିଲେ ।
ଗଳ୍ପ ସଙ୍କଳନ
ପ୍ରେମ ତ୍ରିଭୂଜ (୧୯୫୨)
ମିଛ ବାଘ (୧୯୫୫)
ଶୃଣନ୍ତୁ ସର୍ବ ଅମୃତସ୍ୟ ପୁତ୍ର (୧୯୫୭)
ଗଞ୍ଜେଇ ଓ ଗବେଷଣା (୧୯୬୧)
ରାନୁ ଅପା ଠାରୁ ପୁଷି ପର୍ଯ୍ୟନ୍ତ
ଅନ୍ଧ ରାତିର ସୂର୍ଯ୍ୟ (୧୯୬୫)
ଅନ୍ୟ ରୂପ ରୂପାନ୍ତର
ଆକାଶ ପାତାଳ (ଆକାଶ ପାତାଳ ପୁସ୍ତକରୁ ତାଙ୍କ ଘରର ନାମ ମଧ୍ୟ ଆକାଶ ପାତାଳ ରଖିଥିଲେ)
ଅଭିଶପ୍ତ ଗନ୍ଧର୍ବ
ପିଙ୍ଗଳ ସେ ଅନ୍ୟ ଜଣେ
କପୋତ ପକ୍ଷୀ ଗୁରୁ ମୋର
ସୁମିତ୍ରାର ହସ
ବିଷ୍ଣୁ ମାୟା
ମହାପାତ୍ର ନୀଳମଣି ସାହୁ
ପାପ ଓ ମୁକ୍ତି
ସେକାଳ ପଖାଳ
ବୃନ୍ଦାବନର ଶେଷ ଧୂପ
ଯା ଦେବୀ ସମ ଗୃହେଷୁ
ଗଳ୍ପ ବିଚିତ୍ରା
ନିବେଦିତାର ନ୍ୟାୟାଭିସାର
ଉପନ୍ୟାସ
ଧାରା ଓ ଧାରା
ତାମସୀ ରାଧା
ହଂସ ମିଥୁନ
ଶିଶୁ ସାହିତ୍ୟ
ପ୍ରଭାତର ଜୟଯାତ୍ରା
ହଜି ଯାଇଥିଲେ ଖୋଜି ଆଣିବି
କିଛି ହସ କିଛି ରସ
ବିହଙ୍ଗ ବିପ୍ଳବ
ଆଲୋଚନା
ସାହିତ୍ୟର କଥା ଓ ରମ୍ୟ ରଚନା ସାହିତ୍ୟର ପରିବାର
ଅନୁବାଦ
ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ “ସାବିତ୍ରୀ”ର ଓଡ଼ିଆରେ ଗଦ୍ୟାନୁବାଦ
ଶ୍ରୀ ଅରବିନ୍ଦଙ୍କ "ଭବାନୀ ଭାରତୀ"ର ଓଡ଼ିଆ ଅନୁବାଦ
ସମ୍ପାଦନା
ଝଙ୍କାର(୧୯୬୮-୧୯୬୯)
ଉତ୍କଳ ପ୍ରସଙ୍ଗ(୧୯୭୫-୧୯୭୮)
Odisha Review(୧୯୭୫-୧୯୭୮)
ମାନସମ୍ମାନ
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ (ଅଭିଶପ୍ତ ଗନ୍ଧର୍ବ ପାଇଁ)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮(ଆକାଶ ପାତାଳ ପାଇଁ)
ଶାରଳା ପୁରସ୍କାର, ୧୯୮୩
ସାରଳା ସମ୍ମାନ, ୨୦୦୯
ଭାରତୀୟ ଭାଷା ପରିଷଦ ସମ୍ମାନ, ୨୦୦୦
ସାହିତ୍ୟ ଭାରତୀ ସମ୍ମାନ, ୨୦୦୬
ସିସୋର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦
0 Comments