ପଠାଣି ପଟ୍ଟନାୟକ (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ପତ୍ରିକା ଝଙ୍କାରର ସେ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ ।
ଜୀବନୀ
ପଠାଣି ପଟ୍ଟନାୟକ, ପୁରୀରେ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତକରି, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୫୪ ମସିହାରୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଅଧ୍ୟାପନା ବୃତ୍ତି ଆରମ୍ଭକରି ୧୯୮୨ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୪ତାରିଖ ଦିନ ପଠାଣି, କଟକସ୍ଥିତ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ ।
ସାହିତ୍ୟ କୃତି
ଜୀବନର ଚଲାପଥେ
ଓଡ଼ିଆ ସାହିତ୍ୟର ଭୂମିକା
ପ୍ରବନ୍ଧ ଓ ସମାଲୋଚନା
ସମାଜ ଓ ସାହିତ୍ୟ
ସାହିତ୍ୟ ପରିକ୍ରମା
ସାହିତ୍ୟ ବିଚାର
ସାହିତ୍ୟରେ ରହସ୍ୟବାଦ
ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ
କବି ମନିଷି ନୀଳକଂଠ
ଐତିହ ଓ ଅଭିବ୍ୟକ୍ତି
ସାହିତ୍ୟ ମଣିଷ
ସପନ ସତ ହେଲା
ବୈଦିକ କାହାଣୀ
ପଞ୍ଚତନ୍ତ୍ର କାହାଣୀ
ତେନାଲି ରାମକୃଷ୍ଣ
ରହସ୍ୟବାଦ(ସମ୍ପାଦନା)
ମେହେର ଆଲୋକ(ସମ୍ପାଦନା)
ବିଦଗ୍ଧ ଚିନ୍ତାମଣି(ସମ୍ପାଦନା)
ଶତାବ୍ଦୀର ସ୍ୱାକ୍ଷର(ସମ୍ପାଦନା)
ପୁରସ୍କାର ଓ ସମ୍ମାନ
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନର ଚଲାପଥେ) - ୨୦୧୦
ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧
ସାରଳା ସମ୍ମାନ, ୧୯୯୪
ଉତ୍କଳ ସାହିତ୍ୟ ସମାଜ ସମ୍ମାନ
ଉତ୍କଳ ରତ୍ନ ସମ୍ମାନ
0 Comments