ଜାକିର ହୁସେନ
ଜାକିର ହୁସେନ ୧୮୯୭ ମସିହା ଫେବୃଆରୀ ୮ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ | ୧୯୬୭ ମଇ ୧୩ ତାରିଖରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ୧୯୬୨-୧୯୬୭ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଥିବାବେଳେ ଶ୍ରୀହୁସେନ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ | ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ | ସେ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି | ୧୯୬୩ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା |
0 Comments