ଗୋବିନ୍ଦ ପୋଦ୍ଦାର



ଗୋବିନ୍ଦ ଭକ୍ତରଞ୍ଜନ ପୋଦ୍ଦାର (୯ ସେପ୍ଟେମ୍ବର ୧୯୯୧) ଜଣେ ଭାରତୀୟ କ୍ରିକେଟ ଖେଳାଳି । ପୋଦ୍ଦାର ହେଉଛନ୍ତି ଡାହାଣହାତି ବ୍ୟଟ୍ସମ୍ୟାନ ଓ କାମଚଳା ଅଫ ବ୍ରେକ ବୋଲର । ଓଡ଼ିଶା ପାଇଁ ସେ ରଣଜୀ ଖେଳନ୍ତି । ଚଳିତ ସିଜିନରେ ସେ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ୨ଟି ଶତକ ଅର୍ଜନ କରିଥିଲେ । ପୋଦ୍ଦାର ତାଙ୍କର ପଦାର୍ପଣ ମ୍ୟାଚରେ ବରୋଦା ବିପକ୍ଷରେ ଶତକ ହାସଲ କରିଥିଲେ । ବର୍ତ୍ତମାନ ସେ ଓଡ଼ିଶା ରଣଜୀ ଦଳର ଉପଧିନାୟକ ଅଛନ୍ତି ।