ଅମ୍ଳଜାନ

nitrogen ← oxygen → fluorine
ପରମାଣୁ କ୍ରମାଙ୍କ (Z) 8
ଶ୍ରେଣୀ, ବ୍ଳକ group 16 (chalcogens),
ପର୍ଯ୍ୟାୟ period 2
ମୌଳିକ ପ୍ରକାର   nonmetal
ଭୌତିକ ଗୁଣ
ଅବସ୍ଥା gas
ଗଳନାଙ୍କ 54.36 K ​(-218.79 °C, ​-361.82 °F)
ସ୍ଫୁଟନାଙ୍କ 90.20 K ​(-182.95 °C, ​-297.31 °F)

ଅମ୍ଳଜାନ (ଇଂରାଜୀ: Oxygen; ଅକ୍‌ସିଜେନ୍) ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ O, ପରମାଣୁ କ୍ରମାଙ୍କ ୮ । ଅମ୍ଳଜାନ ଜାରଣରେ ସାହାଯ୍ୟ କରେ‌‌। ଉଦ୍‌ଜାନ ଓ ହିଲିଅମ୍‌ ପରେ ବ୍ରହ୍ମାଣ୍ଡରେ ସବୁଠାରୁ ବେଶି ଉପଲବ୍ଧ ମୌଳିକ ହେଉଛି ଅମ୍ଳଜାନ। ସମସ୍ତ ଜଟିଳ ପ୍ରାଣୀ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଗ୍ରହଣ କରନ୍ତି।

ପୃଥିବୀ ବାୟୁମଣ୍ଡଳରେ ଅମ୍ଳଜାନ ସାଧାରଣତଃ ଦୁଇଟି ପରମାଣୁରେ ଗୋଟିଏ ଅଣୁ ଗଠନ କରିଥାଏ । ମାତ୍ର ଉର୍ଦ୍ଧ୍ୱ ବାୟୁମଣ୍ଡଳରେ ଅମ୍ଳଜାନର ତିନୋଟି ପରମାଣୁ ମିଶି ଓଜୋନ୍‌ ଅଣୁ ସୃଷ୍ଟି କରନ୍ତି। ଓଜୋନ୍‌ ସୂର୍ଯ୍ୟଙ୍କ କ୍ଷତିକାରୀ ରଶ୍ମୀକୁ ପୃଥିବୀପୃଷ୍ଠକୁ ଆସିବାକୁ ଦିଏ ନାହିଁ।


ବହୁଳତା
ବିଶ୍ୱ: ୧୦୦୦ ppm (by weight)
ସୂର୍ଯ୍ୟ: ୯୦୦୦ ppm (by weight)
ପୃଥିବୀ ପୃଷ୍ଠ: ୪.୭୪*୧୦୫ ppm
ମାନବ ଶରୀର
6.1 x 108 ppb by weight
2.4 x 108 ppb by atoms

ଏଠାରେ ପିପିଏମ୍ ଅର୍ଥ ପାର୍ଟ୍ସ୍ ପାର୍ ମିଲିଅନ୍ ବା ୧୦ ଲକ୍ଷ ଭାଗରେ ଏକ ଭାଗ । ସେହିପରି ପିପିବି ଅର୍ଥ ପାର୍ଟ୍ସ୍ ପାର୍ ବିଲିଅନ୍ ବା ୧୦୦ କୋଟି ଭାଗରେ ଏକ ଭାଗ ।

ଇତିହାସ
୧୭୭୩ ମସିହାରେ ସ୍ୱିଡେନ ବୈଜ୍ଞାନିକ କାର୍ଲ ଉଇଲ୍‌ହେମ ସିଲି ଏବଂ ୧୭୭୪ ମସିହାରେ ଲଣ୍ଡନ ବୈଜ୍ଞାନିକ ଜୋସେଫ ପ୍ରିଷ୍ଟଲେ ସ୍ୱାଧୀନ ଭାବେ ପୃଥକ ଭାବେ ଅମ୍ଳଜାନର ଆବିଷ୍କାର କରିଥିଲେ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଥମେ ସନ୍ଧର୍ଭ ପ୍ରକାଶ କରିଥିବାରୁ ପ୍ରିଷ୍ଟଲେଙ୍କୁ ଅମ୍ଳଜାନର ଆବିଷ୍କାରକ ବୋଲି ଅନେକ ସ୍ଥାନରେ କୁହାଯାଏ । ତେବେ ଏହାର ନାମ "oxygen" ୧୭୭୭ ମସିହାରେ ଲାଭୋଇସିଏର ଦେଇଥିଲେ ।