ଜନ୍ମ ଓ ଜନ୍ମସ୍ଥାନ (1981-05-10) ୧୦ ମଇ ୧୯୮୧
ଲୁଲକିଡିହି, ସୁନ୍ଦରଗଡ଼, ଓଡ଼ିଶା
ବାପା ବୋଉ ୱାଲଟର ତିର୍କି, ରେଜିନା
ସମ୍ପର୍କୀୟ ପ୍ରବୋଧ ତିର୍କୀ (ସାନ ଭାଇ)
ପୁରସ୍କାର ପଦ୍ମଶ୍ରୀ
ଇଗ୍ନେଶ ତିର୍କି ଜଣେ ଭାରତୀୟ ହକି ଖେଳାଳି । ସେ ଜଣେ ମିଡ଼ଫିଲ୍ଡର ଭାବରେ ଖେଳନ୍ତି ।
ବ୍ୟକ୍ତିଗତ ଜୀବନ
ଇଗ୍ନେଶ, ଓଡ଼ିଶାର ସୁନ୍ଦରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୱାଲଟର ତିର୍କି ଓ ମାତାଙ୍କ ନାମ ରେଜିନା । ସେମାନେ ଥିଲେ ୭ ଭାଇ ଓ ସମସ୍ତେ ହକି ଖେଳନ୍ତି । ସବୁ ଭାଇମାନେ ସୁନ୍ଦରଗଡ଼ର "ଖାସି କପ"ର ନାମକରା ଖେଳାଳି ଥିଲେ । ଇଗ୍ନେଶ ତିର୍କିଙ୍କ ସାନ ଭାଇ ପ୍ରବୋଧ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି ।
ଖେଳ ଜୀବନ
ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । ୨୦୦୩ ଏସୀୟ କପ ଫାଇନାଲରେ ପାକିସ୍ଥାନକୁ ହରେଇ ଭାରତକୁ ଚାମ୍ପିୟନ କରିବାରେ ଇଗ୍ନେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ପୁରସ୍କାର ଓ ସମ୍ମାନ
ପଦ୍ମଶ୍ରୀ ପୁରସ୍କାର (୨୦୧୦)
ଅର୍ଜୁନ ପୁରସ୍କାର (୨୦୦୯)
ଏକଲବ୍ୟ ପୁରସ୍କାର (୧୯୯୬)
2 Comments
Satare so beautiful
ReplyDeleteSubhadra madam good bless you
ReplyDelete