ମାଗୁଣି ଚରଣ ଦାସ
ଜନ୍ମ ଓ ଜନ୍ମସ୍ଥାନ ରଘୁରାଜପୁର, ପୁରୀ ଜିଲ୍ଲା
ମୃତ୍ୟୁ ୫ ଡିସେମ୍ବର ୨୦୦୮
ରଘୁରାଜପୁର, ପୁରୀ ଜିଲ୍ଲା
ଜୀବିକା ପାରମ୍ପରିକ ନୃତ୍ୟଶିଳ୍ପୀ
ପ୍ରସିଦ୍ଧି ଗୋଟିପୁଅ ନୃତ୍ୟ
ସନ୍ତାନ ପ୍ରଦ୍ୟୁମ୍ନ କୁମାର ମିଶ୍ର
ପୁରସ୍କାର ପଦ୍ମଶ୍ରୀ
ଓଡ଼ିଶା ସଙ୍ଗୀତ ଏକାଡେମି ପୁରସ୍କାର
ତୁଳସୀ ସମ୍ମାନ
ମାଗୁଣି ଚରଣ ଦାସ ଜଣେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ଥିଲେ । ସେ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ପାଇଁ ସେ ଭାରତ ପ୍ରସିଦ୍ଧ ଅଟନ୍ତି । ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ (ଗୋଟିପୁଅ ନୃତ୍ୟ ପାଇଁ ବିଦ୍ୟାଳୟ)ର ସେ ପ୍ରତିଷ୍ଠାତା ଥିଲେ । ଲୋପ ପାଇ ଆସୁଥିବା ଗୋଟିପୁଅ ନୃତ୍ୟର ସେ ପୁନଃରୁଦ୍ଧାର କରିଥିଲେ । ତାଙ୍କ ନୃତ୍ୟ ଶୈଳୀ ଗୋଟିପୁଅର ରଘୁରାଜପୁର ଘରଣା ଭାବରେ ପରିଚିତ (Raghurajpur Gharana of Gotipua) । ତାଙ୍କ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆ ଯିବା ସହ ପାଠ ମଧ୍ୟ ପଢା ଯାଉଥିଲା । ୫ ଡିସେମ୍ବର ୨୦୦୮ରେ ସେ ମୃତ୍ୟୁ ବରଣ କରିଥିଲେ ।
ପୁରସ୍କାର ଓ ସମ୍ମାନ
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତରଫରୁ ସେ ତୁଳସୀ ସମ୍ମାନ ପାଇଥିଲେ ।
ଗୋଟିପୁଅ ନୃତ୍ୟର ଅବଦାନ ପାଇଁ ସେ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

0 Comments