ସାତକଡ଼ି ହୋତା, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି । ସେ ଭାରତୀୟ ରେଳସେବାରୁ ଅବସର ନେଇସାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ସମୟ ଖବରକାଗଜର ସମ୍ପାଦକଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।

ସାତକଡ଼ିଙ୍କର ଏଯାବତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତାବହି ପ୍ରକାଶ ପାଇସାରିଛି । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା ।

ରଚନାବଳୀ
ଉପନ୍ୟାସ
ବ୍ୟାକୁଳ ହୃଦୟ
ମୁହାଁମୁହିଁ
ସ୍ବପ୍ନ ଶିଉଳୀ
ଏତେ ସ୍ବପ୍ନ ଏତେ ଆଲୋକ
ଅନେକ ଦିଗନ୍ତ
ଅଶାନ୍ତ ଅରଣ୍ୟ
ଅସମୟ
ଶତାବ୍ଦୀର ଶୋଷ
ପ୍ରଥମ ଅଧ୍ୟାୟ
ରାଜଧାନୀର ରଙ୍ଗ
କୃଶବିଦ୍ଧ
ପ୍ରତ୍ୟୁଷର ପ୍ରଶ୍ନ
ଭଙ୍ଗାକାଚ
ସୂର୍ଯ୍ୟ ଉଇଁଲେ ସ୍ବପ୍ନ
ସଚିବାଳୟ
ସତ୍ୟନଗର
ଜନନୀ ଜନ୍ମଭୂମି
ଦୀର୍ଘ ରୋମାଞ୍ଚକର ଯାତ୍ରା
ମୁକ୍ତିମନ୍ତ୍ର
ଧର୍ମଯୁଦ୍ଧ
ତୀର୍ଥଯାତ୍ରା

ଗଳ୍ପ ସଙ୍କଳନ
କିରିବୁରୁ କନ୍ୟା
ଫୁଲର ଗୋଟିଏ ସୁରଭି
ସାୟାହ୍ନର ଶୋଭା
ଅସତର୍କ ମୁହୂର୍ତ୍ତ
ଜଗନ୍ନାଥ ହସ
ଶୋଣିତର ସ୍ୱପ୍ନ
ବେଗେ ସାହେବ
ନୀଳାଚଳକୁ ରାସ୍ତା
ମଧୁଲଗ୍ନ
ମହାସ୍ନାନ
ଲଙ୍ଗଳା ରାଜା
ମୋ ଗଳ୍ପର ନାୟକ
ଶେଷ ସମ୍ବଳ
ସବା ଶେଷରେ
ଆକାର ଘର
ରାଜଧାନୀର ସକାଳ
କଥା ଅନେକ
ଦୀପ ଜଳିଲେ ଆଲୁଅ
ଶୁମ୍ଭ ନିଶୁମ୍ଭ
ଷ୍ଟୁଆର୍ଟ ସାହେବ
ମୋ ଗଳ୍ପ
ସମ୍ମାନ ଓ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୮୭ (ଅଶାନ୍ତ ଅରଣ୍ୟ ପାଇଁ)
ଶାରଳା ପୁରସ୍କାର - ୨୦୦୪ (ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ)
ସାହିତ୍ୟ ଭାରତୀ ସମ୍ମାନ - ୨୦୧୭