ଦାରିଙ୍ଗବାଡ଼ି
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କନ୍ଧମାଳ
ସ୍ଥାପନକର୍ତ୍ତା ଡ଼େରିଂ ସାହେବ
ନାମରେ ନାମିତ ଡ଼େରିଂବାଡ଼ି ବ୍ରିଟିଶ ଶାସନ କାଳରେ ଜଣେ ବ୍ରିଟିଶ ନାଗରିକ ଏହି ସ୍ଥାନକୁ ଆବିଷ୍କାର କରିଥିଲେ, ତାଙ୍କୁ ଲୋକେ ତାଙ୍କରି ନାମାନୁସାରେ ଡେରିଂ ସାହେବ ବୋଲି ଡାକୁଥିଲେ ।ଡ଼େରିଂ ସାହେବ ନିଜ ନାମାନୁସାରେ ଏହି ଗ୍ରାମକୁ ଡ଼େରିଂବାଡ଼ି ବୋଲି ନାମକରଣ କରିଥିଲେ । ବାଡ଼ି ଅର୍ଥ ଗ୍ରାମକୁ ସୂଚାଏ । ଡ଼େରିଂ ସାହେବ ଏଠାକୁ ଆସିବା ପୁର୍ବରୁ ଏହାର ନାମ ଦଲାବାଡ଼ି ଥିଲା । ଜଣେ ବୃଦ୍ଧଙ୍କ କହିବାନୁସାରେ ସମୟାନୁକ୍ରମେ ଇଂରାଜୀରେ ଲେଖା ଯାଇଥିବା Daringbadiକୁ ଅଫିସର ମାନେ ଦାରିଙ୍ଗବାଡ଼ି ବୋଲି ପଢିଲେ।
ଫୁଲବାଣୀ(୧୦୫ କିମି), ବାଲିଗୁଡା (୪୯ କିମି), ସୋରଡା (୪୭ କିମି), ମୁନିଗୁଡା (୧୪୨ କିମି), ମୋହନା (୮୨ କିମି)
ଦାରିଙ୍ଗବାଡ଼ି, ଓଡ଼ିଶାର ଏକ ମାତ୍ର ପର୍ବତୀୟ ସ୍ଥାନ, ଯେଉଁଠାରେ ଶୀତ ଦିନରେ ବରଫପାତ ହୋଇଥାଏ। ଏଥି ପାଇଁ ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ ।
ଏହି ଜାଗାରେ ଆପଣ କଣ ଦେଖିବେ :-
1. ହିଲ୍ ଭିୟୁ ପାର୍କ- ମନ ମୁଗ୍ଧ କଲା ଭଳି ପରିବେଶ, ଚାରିପଟେ ପର୍ବତମାଳା ଏବଂ ଦାରିଙ୍ଗିବାଡ଼ି ଗ୍ରାମର କିଛି ଅଂଶ ଦେଖାଯାଏ, ତା ସହିତ ପିଲାଙ୍କ ନିମନ୍ତେ ହେଇଥିବା ଚିଲ୍ଡ଼ରେଂସ୍ ପାର୍କ ଏବଂ ଅନେକ କିଛି । ଏଠାରେ ଭୋଜି କରିବା ପାଈଁ ଅନେକ ଯାଗା ମଧ୍ୟ ଅଛି । ଏହା ଦାରିଙ୍ଗବାଡ଼ି ଠାରୁ ୧ କିମି. ଦୁରରେ ଅବସ୍ଥିତ ।
2. ନେଚର୍ ପାର୍କ- ଆପଣ ସତରେ ଗୋଟିଏ ଜଙ୍ଗଲ ଭିତରେ ଥିଲା ଭଳି ଅନୁଭବ କରିବେ । ଏଠି କୃତ୍ରିମ ଝରଣା, ପ୍ରଜାପତି ବଗିଚା, ପିଲାଙ୍କ ଖେଳିବା ନିମନ୍ତେ ଅନେକ ପ୍ରକାର ଖେଳଣା, ଅନେକ ପ୍ରକାରର ଫୁଲ ବଗିଚା, ଆୟୁର୍ବେଦିକ ଗଛ ଉଦ୍ୟାନ ଏବଂ ଗୋଟିଏ ସୁନ୍ଦର ଅମ୍ଳଜାନ ଭରା ପରିବେଶର ଅନୁଭବ କରିବେ। ଏହା ଦାରିଙ୍ଗବାଡ଼ି ଠାରୁ ୧ କିମି. ଦୁରରେ ଅବସ୍ଥିତ ।
3. ଡୁଲୁରି ପିକନିକ ସ୍ପଟ୍- ଏହା ଏକ ପଥରରେ ପରିପୂର୍ଣ୍ଣ ନଦୀ ଯେଉଁଠି ଆପଣ ଆପଣଙ୍କ ପରିବାର ସହିତ ବଣ ଭୋଜି କରିପାରିବେ । ଏଠି ଅନେକ ଯାଗା ଅଛି ଯେଉଁଠି ଅନେକ ପ୍ରକାରର ପ୍ରାକୃତିକ ଦୃଶ୍ୟର ମଜା ନେବା ସହିତ ଭୋଜି ମଧ୍ୟ କରିପାରିବେ । ଏହା ଦାରିଙ୍ଗବାଡ଼ି ଠାରୁ ୩କିମି. ଦୁରରେ ଅବସ୍ଥିତ ।
4. ଦାସିଂବାଡ଼ି ୱାଟରଫଲ୍- ପ୍ରାୟ ୪୦ ଫୁଟ ଉଚ୍ଚତା ଉପରୁ ପଡୁଥିବା ପାଣିର ମଜା ଏବଂ ତାର ଚତୁର୍ପାର୍ସ୍ୱରେ ଥିବା ଜଙ୍ଗଲ ଓ ପଥରର ମନ ମୁଗ୍ଧ କର ପରିବେଶ ଅତ୍ୟନ୍ତ ଲୋଭନୀୟ । ଏହା ଦାରିଙ୍ଗବାଡ଼ି ଠାରୁ ୧୩ କିମି. ଦୁରରେ ଅବସ୍ଥିତ ।
5. କିରିକୁଟି ପିକନିକ ଗ୍ରାଉଣ୍ଡ- ଏହା ଏକ ନଦୀ ଯେଉଁଠି ଅନେକ ବିରାଟ ପଥରରେ ସଜେଇ ହେଲା ଭଳି ରହିଥିବା ପରିବେଶ ବଣ ଭୋଜି କରିବା ଲାଗି ଆକର୍ଷିତ କରିଥାଏ । ଏହା ସହିତ ପାଖରେ ଥିବା ଏମ ପକ୍ଷୀ ମାନଙ୍କୁ ମଧ୍ୟ ଆପଣ ଦେଖିପାରିବେ ଯାହାର ଉଚ୍ଚତା ପ୍ରାୟ 4 ଫୁଟ୍ଟରୁ 5 ଫୁଟ୍ଟ । ଏହା ଦାରିଙ୍ଗବାଡ଼ି ଠାରୁ ୧୭ କିମି. ଦୁରରେ ଅବସ୍ଥିତ ।
6. କଫି ବଗିଚା- ଏହି ବଗିଚା ଭିତରେ ପ୍ରବେଶ କଲେ ଆପଣ ଅନେକ ପ୍ରକାରର ଗଛ ଦେଖିବେ ତଥା ଆମ୍ବ, ପଣସ, ଗୋଲମରିଚ, କଫି, ନୀଳଗିରି, ଝାଉଁ, ପାଇନ୍, ଚନ୍ଦନ, ଏବଂ ଅନେକ ପ୍ରକାରର ଗଛ । ତେବେ ଏଠାରେ କଫି ଗଛ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହିତ ଏଠାରେ ଏକ ଛୋଟ ଚିଡିଆଖାନା ଅଛି, ଯେଉଁଠି ଠେକୁଆ, ଶୁଆ, ପାଟ୍ଟମୂଷା ଇତ୍ୟାଦି ରଖା ଯାଇଛି । ଏହା ଦାରିଙ୍ଗବାଡ଼ି ଠାରୁ 500 ମିଟର ଦୂରରେ ଅବସ୍ଥିତ ।
7. ହେର୍ବାଲ୍ ଗାର୍ଡେନ୍ ପିକନିକ ସ୍ପଟ୍- ଏହା ଏକ ବଣ ଭୋଜି କରିବା ଯାଗା ଯାହାକି କଫି ବଗିଚାର ଠିକ ସାମ୍ନାରେ ଏକ ଛୋଟିଆ ଝରଣା ପାଖରେ ଅବସ୍ଥିତ ।ଏବଂ ଅନେକ କିଛି ଯାହାକି ଆଖ ପାଖ ଅଞ୍ଚଳରେ ଅବସ୍ଥିତ ଅଟେ । ଆପଣ ଆଗରୁ କେବେ ଅନୁଭବ କରିନଥିବେ ଏପରି ସବୁ ପ୍ରାକୃତିକ ପରିବେଶର ଭରପୁର ଆନନ୍ଦ ଉପଭୋଗ କରିବେ ।
ଅବସ୍ଥିତି
ଦାରିଙ୍ଗବାଡ଼ି, ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ। ସମୁଦ୍ର ପତନଠାରୁ ଏହା ୯୧୫ମିଟର ଉଚ୍ଚତାରେ ଅବସ୍ଥିତ । ଭୁବନେଶ୍ୱରଠାରୁ ଦାରିଙ୍ଗବାଡ଼ିର ସଡକପଥରେ ଦୂରତା ନୟାଗଡ଼, ଭଞ୍ଜନଗର, ଉଦୟଗିରି ଦେଇ ଗଲେ ପ୍ରାୟ ୨୬୦କି.ମି. ହେବ, ଏବଂ ଖୋର୍ଦ୍ଧା, ବାଲୁଗାଁ, ଖଲ୍ଲିକୋଟ, ଆସ୍କା, ସୋରଡା ଦେଇ ଗଲେ ପ୍ରାୟ ୨୪୫ କି.ମି. ହେବ। ଦାରିଙ୍ଗବାଡ଼ିର ନିକଟତମ ରେଳଷ୍ଟେସନ, ବ୍ରହ୍ମପୁର ପ୍ରାୟ ୧୨୦ କି.ମି. ଦୂରତ୍ୱରେ ଅବସ୍ଥିତ । ବ୍ରହ୍ମପୁରଠାରୁ ଦାରିଙ୍ଗବାଡ଼ି ସଡକପଥରେ ସୋରଡା ଦେଇ ଗଲେ ପ୍ରାୟ ୧୨୦କି.ମି. ଭଞ୍ଜନଗର-ଜି.ଉଦୟଗିରି ଦେଇ ଗଲେ ୧୮୦ କି.ମି. ଓ ମୋହନା-ବ୍ରାହ୍ମଣୀ ଗାଁ ଦେଇ ଗଲେ ପ୍ରାୟ ୧୫୪ କି.ମି. ରାସ୍ତା ଅତିକ୍ରମ କରିବାକୁ ପଡେ । ସମ୍ବଲପୁର ଠାରୁ ବୌଦ୍ଧ, ଫୁଲବାଣୀ, କ.ନୂଆଗାଁ, ସିର୍ତୀଗୁଡା, ସିମନବାଡ଼ି ଦେଇ ଗଲେ ପ୍ରାୟ 199 କି.ମି. ରାସ୍ତା ଅତିକ୍ରମ କରିବାକୁ ପଡେ । ସୋନପୁର ଠାରୁ ସୁଡ୍ରା, ଲଣ୍ଡାଗାଁ, ବାଲିଗୁଡା ଦେଇ ଗଲେ ପ୍ରାୟ 141 କି.ମି ଏବଂ ବଲାଙ୍ଗିର ଠାରୁ ସୋନପୁର, ବାଲିଗୁଡା ଦେଇ ଗଲେ 234 କି.ମି ରାସ୍ତା ଅତିକ୍ରମ କରିବାକୁ ପଡେ । ଫୁଲବାଣୀଠାରୁ ୧୦୫କି.ମି. ଓ ବାଲିଗୁଡାଠାରୁ ୪୯କି.ମି ଦୂରତ୍ୱ୍ୱରେ ଅବସ୍ଥିତ ।
ଗ୍ରୀଷ୍ମଋତୁରେ ଏଠାକାର ତାପମାତ୍ରା ୧୫-୨୮ଡିଗ୍ରି ସେଲସିୟସ, ବର୍ଷାଋତୁରେ ୮-୧୨ଡିଗ୍ରି ସେଲସିୟସ ଓ ଶୀତଋତୁରେ ୦-୧୨ଡିଗ୍ରି ସେଲସିୟସ ମଧ୍ୟରେ ରହିଥାଏ । ବେଳେ ବେଳେ ଏହାର ତାପମାତ୍ରା -୧/୨ ବି ହେଇ ଥାଏ । ଶୀତଋତୁରେ ହାଡ ଭଙ୍ଗା ଶୀତ ହେବା ସହିତ ଗ୍ରୀଷ୍ମ ଋତୁରେ ଏଠିକାର ପରିବେଶ ଅତ୍ୟନ୍ତ ଆରାମଦାୟକ ହେଇଥାଏ ।
ପର୍ଯ୍ୟଟକ ଆକର୍ଷଣ
ଘନ ଝାଉଁ ବଣ, କଫି ବଗିଚା ଓ ଅଙ୍କାବଙ୍କା ଘାଟି ରାସ୍ତାରେ ପରିପୂର୍ଣ, ଦାରିଙ୍ଗବାଡ଼ି,ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର ।ଏଠାକାର ଓ ଶାନ୍ତ ବାତାବରଣ, ଆଦିବାସୀ ସଭ୍ୟତା ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ନିମ୍ନଲିଖିତ ସ୍ଥାନ ଗୁଡିକ, ଦାରିଙ୍ଗବାଡ଼ିର ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ହୋଇପାରିଛି।
ଛଅ କିମି ବ୍ୟାସ ବିଶିଷ୍ଟ ପଥର : ଆଞ୍ଚଳିକ ମାନ୍ୟତା ରହିଛି ଯେ, ଏହି ପଥର ଚାରିପଟେ ଥରେ ବୁଲି ଆସିଲେ, ଖୁବ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏଠାରେ ଟ୍ରେକିଙ୍ଗ ମଧ୍ୟ କରାଯାଏ ।ଲଭର୍ସ ପାରାଡାଇଜ : ଝରଣା କୂଳରେ ରହିଥିବା,ଏହା ଏକ ସୁନ୍ଦର ବଣଭୋଜୀ ସ୍ଥଳ ।ହିଲ ଭିୟୁ ପଏଣ୍ଟ : ଏହି ସ୍ଥାନରୁ ସମ୍ପୂର୍ଣ ଦାରିଙ୍ଗବାଡ଼ିର ଶୋଭା ଉପଭୋଗ କରିହୁଏ ।ବେଲଘର ସଂରକ୍ଷିତ ସ୍ଥାନ : ଏହି ସଂରକ୍ଷିତ ସ୍ଥାନରେ ୨୨୫୫ ଫୁଟ ଉଚ୍ଚତାରେ ୧୬୧୭୪.୪୬ ବର୍ଗ ଏକରର ଏକ ଘଞ୍ଛ ଜଙ୍ଗଲ ଅବସ୍ଥିତ। ଏହି ଜଙ୍ଗଲରେ ବଣ୍ଡା ଆଦିବାସୀ ମାନେ ରୁହନ୍ତି ।
କଫି ବଗିଚା : ବଣ୍ୟ ବିଭାଗ ତତ୍ୱାବଧାନରେ ଏଠାରେ କଫି ଚାଷ କରାଯାଉଛି ଓ ଏହି କଫି ବଗିଚା ଗୁଡିକ ପର୍ଯ୍ୟଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଡୋଲୁରୀ ନଦୀ : ଡୋଲୁରୀ ନଦୀରେ ବହୁ ପ୍ରାକୃତିକ ଝରଣା ରହିଛି ଓ ଏହି ନଦୀ ଅନ୍ୟତମ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ପାଲଟିଛି
ଜଳ ପ୍ରପାତ : ଏଠାରେ ରହିଥିବା ବହୁ ଜଳ ପ୍ରପାତ ଏବେ ମଧ୍ୟ ଆବିଷ୍କାର କରାଯାଇ ପାରିନାହିଁ । ଆଞ୍ଛଳିକ ଲୋକଙ୍କ ବିନା ସହାୟତାରେ ଏହି ଜଳ ପ୍ରପାତ ଗୁଡିକୁ ପହଂଚିବା ଅସମ୍ଭବ ।
ଦାରିଙ୍ଗବାଡ଼ି, ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗ୍ରୀଷ୍ମ ଅବକାଶ ସ୍ଥାନ ପାଲଟିଛି ।

0 Comments