ଦୁର୍ଲଭ ସିଂ
ଜନ୍ମ ଓ ଜନ୍ମସ୍ଥାନ ୧୨ ମାର୍ଚ୍ଚ ୧୯୧୭
ନିମାପଡ଼ା, ପୁରୀ
ମୃତ୍ୟୁ ୪ ମଇ ୨୦୧୦ (ବୟସ ୯୩)
ପୁରୀ
ପ୍ରସିଦ୍ଧି ମଞ୍ଚ ଅଭିନେତା
ଜୀବନସାଥି ଲକ୍ଷ୍ମୀ ଦେବୀ
ବାପା ବୋଉ ଆନନ୍ଦ ଚନ୍ଦ୍ର ସିଂ
ଦୁର୍ଲଭ ସିଂ ( ୧୨ ମାର୍ଚ୍ଚ ୧୯୧୭ - ୪ ମଇ ୨୦୧୦), ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।ଅଭିନୟ ଓ ନୃତ୍ୟ ପାଇଁ ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଦି ପୁରସ୍କାର ପାଇଥିଲେ ।
ବ୍ୟକ୍ତିଗତ ଜୀବନ
ଦୁର୍ଲଭ ୧୯୧୭ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆନନ୍ଦ ଚନ୍ଦ୍ର ସିଂ ଯାତ୍ରାଦଳରେ ଅଭିନୟ ଶିଖାଉଥିଲେ, ନୃତ୍ୟ ନିର୍ଦ୍ଦେଶନା ଦେଉଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ ବଜାଉଥିଲେ । 'ଓସ୍ତାତ' ଭାବରେ ସେ ପରିଚିତ ଥିଲେ । ବାପାଙ୍କ ପ୍ରଭାବରୁ, ଦୁର୍ଲଭ ଦଶ ବର୍ଷ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସ୍କୁଲ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ନଥିଲା । ପିତା ତାଙ୍କୁ ଅଭିନୟରେ ତାଲିମ ଦେଇଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ୨ପୁଅ ଓ ୭ଝିଅ । ୨୦୧୦ମସିହା ମେ ୪ତାରିଖରେ, ଦୁର୍ଲଭ ସିଂଙ୍କର ପୁରୀଠାରେ ପରଲୋକ ଘଟିଥିଲା ।
ଅଭିନୟ ଜୀବନ
୧୯୨୯ରେ, ଦୁର୍ଲଭ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରାସଦଳରେ ଯୋଗ ଦେଇଥିଲେ । ଏହି ରାସଦଳ, ପରବର୍ତ୍ତୀ ସମୟରେ "ଓଡ଼ିଶା ଥିଏଟର୍ସ" ନାମରେ ପରିଚିତ ହୋଇଥିଲା । ଏଠାରେ ତାଙ୍କର ଦକ୍ଷତାର ବିକାଶ ହୋଇଥିଲା । ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିବା ପରେ, ସେ ଓଡ଼ିଶା ଥିଏଟର୍ସ ଛାଡି "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ସେ ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଅନ୍ନପୂର୍ଣ୍ଣା ଛାଡିବା ପରେ, ସେ ବେତାର ଓ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ନିଜର ଅଭିନୟ ଜୀବନର ଅନୁଭୁତିକୁ ପାଥେୟ କରି ସେ "ପଚାଶ ବର୍ଷର ଓଡ଼ିଶା ରଙ୍ଗମଞ୍ଚ" ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ ।
ଅଭିନୀତ ଚଳଚ୍ଚିତ୍ର
ନାରୀ (୧୯୬୩ର ଚଳଚ୍ଚିତ୍ର) - ୧୯୬୩
ଗପ ହେଲେ ବି ସତ - ୧୯୭୬
ମୁକ୍ତି (କଥାଚିତ୍ର) - ୧୯୭୬
ଚିଲିକା ତୀରେ - ୧୯୭୭
ସମ୍ମାନ ଓ ପୁରସ୍କାର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୧୯୯୯
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୫-୭୬

0 Comments