ଚନ୍ଦକା ହାତୀ ଅଭୟାରଣ୍ୟ




ଚନ୍ଦକା ହାତୀ ଅଭୟାରଣ୍ୟ ଏକ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ଯାହା ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ । ପୂର୍ବଘାଟ ପର୍ବତମାଳା ଖୋର୍ଦ୍ଧା ପାର୍ବତ୍ୟ ଅଞ୍ଚଳର ଜୈବିକ କ୍ଷେତ୍ରକୁ ଲାଗିକରି ଚନ୍ଦକା ଅଭୟାରଣ୍ୟ ୧୭୫.୭୯ ବର୍ଗ କିଲୋମିଟର (୬୭.୮୭ ବର୍ଗ ମିଟର) ବ୍ୟାପୀ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜଙ୍ଗଲ ଜମି ଓ ଛୋଟବଡ ପାହାଡ଼କୁ ନେଇ ଗଠିତ । ଏହା ଡିସେମ୍ବର ୧୯୮୨ରେ ହାତୀ ଅଭୟାରଣ୍ୟ ଭାବେ ମାନ୍ୟତା ପାଇଥିଲା ।

ଉଦ୍ଭିଦ ସମ୍ପଦ

ଏଠାରେ ମୁଖ୍ୟତଃ ୬ ଜାତିର ଉଦ୍ଭିଦ ଦେଖାଯା'ନ୍ତି । ମାଧ୍ୟମିକ ଆର୍ଦ୍ର ଅର୍ଦ୍ଧ-ଚିରହରିତ ଅରଣ୍ୟ, ଆର୍ଦ୍ର କାଙ୍ଗଡା ଅରଣ୍ୟ, ଉପକୂଳିଆ ଶାଳ ଅରଣ୍ୟ, ସମସ୍ୟାବହୁଳ କଣ୍ଟକପୂର୍ଣ୍ଣ ବାଉଁଶ ଜଙ୍ଗଲ ଓ ଈଉପଟୋରିଅମ ଗୁଳ୍ମ । ବୃକ୍ଷମାନଙ୍କ ମଧ୍ୟରେ କୋଚିଲ, କାଳିଚ, ବେଲ, କାଙ୍ଗଡା, ଗିରଙ୍ଗା, ସୁନାରି, ଶାଳ, କୁମ୍ଭି, ଜାମୁ, କରଞ୍ଜ, ବେତ ଓ ଶିଧ ଇତ୍ୟାଦି ଦେଖିବାକୁ ମିଳେ । ପୁରୁଷ ବାଉଁଶ ଗଛମାନଙ୍କର ବହୁତ ସୀମିତ ସଂସ୍ଥାନ ରହିଛି । ଔଷଧୀୟ ଗଛମାନଙ୍କ ମଧ୍ୟରେ ଦୁରମାରୀ, ବାଇଡଙ୍କ, ବୃଦ୍ଧଦାରକ, ଭୁଇଁନିମ୍ବ, ଗୁଳୁଚି ଲତା, ସାଲପରନି, ଶତାବରୀ, ଭୁଇଁ-କଖାରୁ, ଇନ୍ଦ୍ରାଜବ, ଥଳକୁଡି, ଅପମାରଙ୍ଗ, କୁର୍ଚି, ପାତାଳ ଗରୁଡ ଇତ୍ୟଡି ଦେଖାଯାଏ ।

ପ୍ରାଣୀ ସମ୍ପଦ
ନଜର ଘଣ୍ଟି

ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି ।

ଏଠାରେ ଦୁଇଟି ଜଳ ଭଣ୍ଡାର ଅଛି - ଡେରାସ ବନ୍ଧ ଓ ଝୁମୁକା ବନ୍ଧ, ଯାହାକୁ ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀର ଗୁଡିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ ।