ମଣିମାଳା ଦେବୀ




ଜନ୍ମ ଓ ଜନ୍ମସ୍ଥାନ ୧୯ ଜୁନ ୧୯୩୧
ବାଲିବିଶି, କଟକ
ମୃତ୍ୟୁ ୧୬ ଜୁନ ୨୦୧୬ (ବୟସ ୮୪)
ଭୁବନେଶ୍ୱର
ଜାତୀୟତା ଭାରତୀୟ
କାର୍ଯ୍ୟକାଳ ୧୯୬୦-୧୯୯୦
ପ୍ରସିଦ୍ଧି ଅଭିନେତ୍ରୀ
ସନ୍ତାନ ଶଙ୍କର ଘୋଷ

ମଣିମାଳା ଦେବୀ (୧୯ ଜୁନ ୧୯୩୧ - ୧୬ ଜୁନ ୨୦୧୬)ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ମଣିମାଳା ୧୯ ଜୁନ ୧୯୩୧, ଶୁକ୍ରବାର ଦିନ କଟକ ଜିଲ୍ଲାର ବାଲିବିଶି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନଅବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ସେ ଆଦୌ ସ୍କୁଲ ଯାଇନଥିଲେ । ୧୯୪୫ ମସିହାରେ କଟକ ଆସି ସେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ଯୋଗଦେଇ ଜୟଦେବ ନାଟକରେ ଅଭିନୟ କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟରରେ ସେ କାଳୀଚରଣ ପଟ୍ଟନାୟକ, ବାଳକୃଷ୍ଣ ଦାସ ଓ ଧୀରେନ ଦାଶଙ୍କ ଠାରୁ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଶିକ୍ଷା କରିଥିଲେ ।

ତାଙ୍କ ଅଭିନିତ ପ୍ରଥମ କଥାଚିତ୍ର ଶ୍ରୀ ଲୋକନାଥ ସହ ୧୪ଟି କଥାଚିତ୍ର ଜାତୀୟ ପୁରସ୍କାରରେ ସମ୍ମାନିତ ।  ସେ ୩୦ଟି କଥାଚିତ୍ର ଓ ଶତାଧିକ ରଙ୍ଗମଞ୍ଚ ନାଟକରେ ଅଭିନୟ କରିଛନ୍ତି । ସାମୁଏଲ ସାହୁଙ୍କ ସହ, ମଣିମାଳାଙ୍କ ଯୋଡି ଦର୍ଶକମାନେ ପସନ୍ଦ କରୁଥିଲେ ।

ଅଭିନୀତ ନାଟକ
ଚଣ୍ଡାଲୁଣୀ
ଜାନକୀ
ଚଷା ଝିଅ
କଳା ପାହାଡ଼
ମୁକ୍ତି କୋଣାର୍କ
ଶ୍ରୀ ଜୟଦେବ
ଅଭିନୀତ କଥାଚିତ୍ର
ଅନ୍ଧ ଦିଗନ୍ତ, ୧୯୯୦
କିଛି ସ୍ମୃତି କିଛି ଅନୁଭୂତି, ୧୯୮୯
ନିଷିଦ୍ଧ ସ୍ୱପ୍ନ, ୧୯୮୮
କ୍ଳାନ୍ତ ଅପରାହ୍ଣ, ୧୯୮୫
ମାୟା ମିରିଗ, ୧୯୮୪
ନୀରବ ଝଡ଼, ୧୯୮୪
କିଏ କାହାର, ୧୯୬୭
ଭାଇ ଭାଉଜ, ୧୯୬୭
କା, ୧୯୬୬
ମଲାଜହ୍ନ, ୧୯୬୫
ଅଭିନେତ୍ରୀ, ୧୯୬୫
ଜୀବନସାଥୀ, ୧୯୬୩
ସୂର୍ଯ୍ୟମୁଖୀ, ୧୯୬୩
ଲକ୍ଷ୍ମୀ, ୧୯୬୨
ଶ୍ରୀ ଲୋକନାଥ, ୧୯୬୦
ପୁରସ୍କାର ଓ ସମ୍ମାନ
କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ: ୨୦୦୮
ଜୟଦେବ ପୁରସ୍କାର: ୨୦୦୦
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ: ୧୯୯୯
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୭(ଜୀବନବ୍ୟାପି ଅବଦାନ ପାଇଁ)‌